• Wed. Nov 12th, 2025

ଭାରତ ପାଇଁ ସର୍ବସ୍ପର୍ଶି ଆଜିର ବଜେଟ -ବିଜେପି ନେତା କାଳନ୍ଦୀ ସାମଲ

ByDaman TV

Jul 23, 2024
Spread the love


ତାଳଚେର: ତା ୨୩/୭: କେନ୍ଦ୍ର ଅର୍ଥ ମନ୍ତ୍ରୀ ସଂସଦରେ ମଙ୍ଗଳବାର ବଜେଟ ଉପସ୍ଥାପନ କରିଛନ୍ତି।ବଜେଟ କୁ ଦଳ ମତ ନିର୍ବିଶେଷରେ ସ୍ୱାଗତ କରାଯାଇଛି।ଏ ପରିପ୍ରେକ୍ଷୀରେ ବରିଷ୍ଠ ବିଜେପି ନେତା ତଥା ଏନଏସଆଇସି ଡାଇରେକ୍ଟର କାଳନ୍ଦି ସାମଲ ଚଳିତ ବଜେଟ ବିକଶିତ ଭାରତ ପାଇଁ ସର୍ବସ୍ପର୍ଶୀ ବୋଲି ପ୍ରକାଶ କରିଛନ୍ତି।ଶ୍ରମିକ,କୃଷକ, ମହିଳା,ଗରିବ, ମଧ୍ୟବିତ୍ତ, ଯୁବ ଛାତ୍ର, ଉଦ୍ୟୋଗୀ ସମସ୍ତ ଙ୍କ ପାଇଁ ଏ ବଜେଟ ସମର୍ପିତ ବୋଲି ସେ କହିଛନ୍ତି।ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସବୁ କ୍ଷେତ୍ରକୁ ଗୁରୁତ୍ୱ ଦେଇଛି ଏ ବଜେଟ,ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନଙ୍କୁ ଧନ୍ୟବାଦ ଜଣାଇଛନ୍ତି କାଳନ୍ଦି ସାମଲ। କ୍ଷୁଦ୍ର ଶିଳ୍ପ ପାଇଁ ବିଶେଷ ଗୁରୁତ୍ୱ ଦେବା ସହ ମୁଦ୍ରା ଲୋନ 20 ଲକ୍ଷକୁ ବୃଦ୍ଧି କରି ଯୁବକଙ୍କୁ ଉଦ୍ୟୋଗୀ କରିବା ପାଇଁ ପ୍ରେରିତ କରି ଦେଶରେ ଭିତ୍ତିଭମି ବିକାଶ ସହ ରୋଜଗାର କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବାରେ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *