• Tue. Nov 11th, 2025

ଡା ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହବା ପାଇଁ ଅନୁରୋଧ କଲେ ବିଜେପି ନେତା କାଳନ୍ଦୀ ସାମଲ

ByDaman TV

Jun 23, 2024
Spread the love


ତାଳଚେର:ତା୨୩/୬: ତାଳଚେର ଦେଉଳବେଡା ଠାରେ ଡା. ଶ୍ୟାମାପ୍ରସାଦ ମୁଖ୍ୟର୍ଜୀ ଙ୍କର ବଳିଦାନ ଦିବସ ତଥା ପୁଣ୍ୟଟିଥି ଆଜି ଜୁନ ୨୩ରେ ବିଜେପି ପକ୍ଷରୁ ପାଳନ ହୋଇଯାଇଛି।ବରିଷ୍ଠ ବିଜେପି ନେତା ତଥା ତାଳଚେର ର ବିଶ୍ୱସ୍ତ ସେବକ କାଳନ୍ଦି ସାମଲ ଯୋଗଦେଇ ଡା ଶ୍ୟାମାପ୍ରସାଦ ମୁଖ୍ୟର୍ଜୀ ଙ୍କର ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ କାର୍ଯ୍ୟକର୍ତା ଙ୍କୁ ଆହ୍ୱାନ ଦେଇଥିଲେ।ଡା ମୁଖ୍ୟର୍ଜୀ ଙ୍କର ତ୍ୟାଗ ତପସ୍ୟା ବଳିଦାନ ଯୋଗୁଁ ଜନସଂଘ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ହୋଇ ରାଷ୍ଟ୍ରହିତ ରେ କାର୍ଯ୍ୟ କରୁଛି ବୋଲି କହିଥିଲେ।ଅନୁଗୁଳ ଜୋନାଲ ମିଡିଆସେଲ ସଂଯୋଜକ ଯୋଗଦେଇ ଡା ମୁଖ୍ୟର୍ଜୀ ଙ୍କର ଦେଶପାଇଁ ବଳିଦାନ ଉପରେ ଉପସ୍ଥିତ କାର୍ଯ୍ୟକର୍ତା ଙ୍କୁ ମାର୍ଗଦର୍ଶନ କରିଥିଲେ। ବିଜେପି ତାଳଚେର ପୌର ମଣ୍ଡଳ ସଭାପତି ସତ୍ୟବନ୍ତ ସାହୁ ଙ୍କର ଅଧ୍ୟକ୍ଷତାରେ ଏବଂ ସାଧାରଣ ସମ୍ପାଦକ ନିରୋଜ ଦାସ ଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ କାର୍ଯ୍ୟକର୍ତା ଯୋଗଦେଇ ଡା ମୁଖାର୍ଜୀ ଙ୍କର ଫୋଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କାଳନ୍ଦି ପ୍ରଧାନ, ଅଖିଳ ସାମଲ,ଜ୍ଞାନେନ୍ଦ୍ରିୟ ସେଠି, ଅଶୋକ ସାମନ୍ତ, ସଂଯୁକ୍ତା ମହାରଣା, ସୁକାନ୍ତ ରାୟ, ଖଇରା ପ୍ରଧାନ, ଅଜୟ ସାହୁ, ବନାମ୍ବର ମହାନ୍ତି, ମନୋରଞ୍ଜନ ପ୍ରଧାନ, ଜିତେନ୍ଦ୍ର ଦାସ, ମନୋଜ ସ୍ୱାଇଁ,ହଳଧର ପ୍ରଧାନ, ଦୀପକ ସାହୁ,ପୂର୍ଣଚନ୍ଦ୍ର ବେହେରା, ଅନୁପ ସେନଗୁପ୍ତ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *