• Tue. Nov 11th, 2025

ମହିଳା ମହାବିଦ୍ୟାଳୟରେ ସୁନୀତା ୱିଲିୟମ୍ସ କୁ ସେଲ୍ୟୁଟ l

ByDaman TV

Mar 22, 2025
Oplus_16908288
Spread the love


22 ମାର୍ଚ୍ଚ୍ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ନାସା ର ମହାକାଶଚାରୀ ଭାରତୀୟ ମୁଳର ସୁନୀତା ୱିଲିୟମ୍ସ କୁ ତାଙ୍କର ଆକାଶଛୁଆଁ ସଫଳତା ପାଇଁ କଲେଜର କର୍ମଚାରୀ ଓ ଛାତ୍ରୀମାନଙ୍କ ଦ୍ବାରା ସୁପର ସେଲ୍ୟୁଟ ସହିତ ଅଭିବାଦନ ଜ୍ଞାପନ କରିଛନ୍ତି। ଏହି ସଭାରେ ରାଇରଙ୍ଗପୁର ସପ୍ଲାଇ ଅଫିସର ନୀତିକା ନାୟକ ଯୋଗ ଦେଇ ଛାତ୍ରୀମାନଙ୍କୁ ସୁନୀତା ୱିଲିୟମ୍ସ ର ଜୀବନୀ ଆଲୋକପାତ କରିଥିଲେ। ଆବାହକ ବିଜୟ ରାମ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରି ସମସ୍ତଙ୍କୁ ସୁନୀତା ୱିଲିୟମ୍ସ ଓ କଳ୍ପନା ଚାଓଲାଙ୍କ ସ୍କାଇ ଏଡଭେନ୍ଚର ଉପରେ ଆଲୋକପାତ କରିଥିଲେ। ଅଧ୍ୟାପିକା ସେବତି ବେହେରା,ତିଳୋତ୍ତମା ଷଢ଼ଙ୍ଗୀ,ଡକ୍ଟର ରାଜେନ୍ଦ୍ର ମଣ୍ଡଳ, ଅବନୀ ନାୟକ, ଦଶରଥ ଗୋରାଇ, ଅନୀତା ସମଦ, ରାଜଶ୍ରୀ ନାୟକ,ଇଂ ତରୁଣ ମହାନ୍ତ ,ଦୀପିକା ମହାରାଣା,ବବିତା ମହାନ୍ତ, ସାଲୁ ମୁର୍ମୂ, ବବୀତା ମହାନ୍ତ, ମାୟା, ସୁଲକ୍ଷଣା ଓ ଅନ୍ଯାନ୍ଯ କର୍ମଚାରୀମାନଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଟୀ ସାଫଲ୍ଯମଣ୍ଡିତ ହୋଇ ଥିଲା।ଛାତ୍ରୀମାନଙ୍କ ମଧ୍ଯରେ ପାଲମଣି ନାୟକ, ଦୀପା ପାତ୍ର, ଛିତା ସୋରେନ, ରୋଜାଲିକା ବେହେରା ,ପିଂକୀ ସିଂହ, ସଂଜୁଲତା ବାସ୍କେ, ସଂଗୀତା ଦେଓଗମ, ସାକ୍ର ମାର୍ଣୀ(ଫଟୋଗ୍ରାଫର) ଉପସ୍ଥିତ ଥିଲେ। ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *