ବହୁଦିନ ଧରି ଗ୍ରୀଷ୍ମ ପ୍ରଭାବ ଜାରି ରହିଥିବା ଫଳରେ ଲୋକମାନଙ୍କ ଜୀବନ ଶୈଳୀ ଅସ୍ତବ୍ୟସ୍ତ ହୋଇଯାଇଥିଲା l କିନ୍ତୁ ଆଜି ଏକା ଥରକେ ବହୁତ ଗୋଡିଏ ଜିଲ୍ଲା କୁ ମୌସୁମୀ ବାୟୁ ପ୍ରବେଶ କରିଛି ଯଥା –ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, ପୁରୀ, ନୟାଗଡ଼, ନବରଂଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଦେବଗଡ଼। ତେବେ ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ବର ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ମୌସୁମୀ ପହଞ୍ଚି ଥିବା ବେଳେ ସୁନ୍ଦରଗଡ଼ ଓ ମୟୂରଭଂଜ ଜିଲ୍ଲାର କିଛି ସ୍ଥାନକୁ ମୌସୁମୀ ପହଞ୍ଚିଛି।
ସୂଚନାଯୋଗ୍ୟ, ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତମାସ ଛୁଇଁଥିଲା। କେରଳରେ ଏହା ମେ’ ମାସ ୩୦ ତାରିଖରେ ସ୍ପର୍ଶ କରିଥିଲା। ଓଡ଼ିଶାରେ ମୌସୁମୀ ବାୟୁ ଗତ ୮ ତାରିଖରେ ଛୁଇଁଥିଲା। ମୌସୁଭୀ ବାୟୁ ସ୍ପର୍ଶ କଲା ପରେ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଥିଲା। ୨୪ ଘଣ୍ଟା ମଧ୍ୟରେ ଏଠାରେ ସର୍ବାଧିକ ୫୫.୫ମିମି ବର୍ଷା ରେକର୍ଡ କରାଯାଇଥିଲା।
ମୌସୁମୀ ବର୍ଷା ହେବା ପରେ ଗ୍ରୀଷ୍ମରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ମୌସୁମୀ ପ୍ରଭାବରେ ଏବେ କ୍ରମଶଃ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ହେବ। ଚାଷ କାମ ଆରମ୍ଭ ହୋଇଯିବ।
