• Tue. Nov 11th, 2025

ଢେଙ୍କାନାଳ ସାଂସଦଙ୍କୁ ତାଳଚେର ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା l

ByDaman TV

Jun 21, 2024
Oplus_0
Spread the love


ତାଳଚେର:ତା୨୦/୬: ଢେଙ୍କାନାଳ ନବ ନିର୍ବାଚିତ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କର ଆଜି ଗୁରୁବାର ତାଳଚେର ଗସ୍ତ କାର୍ଯ୍ୟକ୍ରମ ରହିଥିଲା।ସାଂସଦ ଶ୍ରୀ ପାଣି ଙ୍କୁ ତାଳଚେର ବିଜେପି ପକ୍ଷରୁ ଉତ୍ସର୍ଗୀକୃତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।ସାଂସଦ ଶ୍ରୀ ପାଣି ତାଳଚେର ହାଟ ତୋଟା ହନୁମାନ ମନ୍ଦିର ରେ ଗୁରୁବାର ଅପରାହ୍ଣ ରେ ପହଞ୍ଚିଥିଲେ।ହନୁମାନ ମନ୍ଦିର ରେ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ସାଂସଦ ଙ୍କୁ ବିଜେପି ପକ୍ଷରୁ ଶହ ଶହ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ରହି ସ୍ୱାଗତ କରିବା ସହ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।୧୯୮୧ ମସିହାରୁ ତାଳଚେର ସହ ସମ୍ପର୍କ ତାଳଚେର ମାଟି ସ୍ୱାଧୀନତା ସଂଗ୍ରାମୀ ପବିତ୍ର ପ୍ରଧାନ ଙ୍କର ମାଟି ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ଏବଂ ବର୍ତ୍ତମାନ ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ର ମାଟି ,ଏ ମାଟି କୁ ନମନ ।ତାଳଚେର ର ହଜାର ହଜାର ବିଜେପି ର ନିଷ୍ଠାପର କାର୍ଯ୍ୟକର୍ତା ମାନଙ୍କର ଭଲ ପାଇବା କୁ ମୁଁ କେବେ ଭୁଲି ପାରିବି ନାହିଁ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଡବଲ ଇଞ୍ଜିନ ସରକାର କଥା କହିଥିଲେ ତାହା ଆଜି ବାସ୍ତବରେ ପରିଣତ ହୋଇଛି।ଓଡିଶା ବାସୀ ଆଜି ନରେନ୍ଦ୍ର ମୋଦି ଙ୍କ କଥା ରଖିଛନ୍ତି।ବିଜେପି କୁ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି।ଆମେ ଶାସକ ନୁହେଁ ଆମେ ସବୁ ସେବକ ଆମ ନେତା ନରେନ୍ଦ୍ର ମୋଦି ପ୍ରଧାନ ସେବକ ,ଆମ ମୁଖ୍ୟମନ୍ତ୍ରୀ ରାଜ୍ୟର ମୁଖ୍ୟ ସେବକ ଆମେ ସମସ୍ତେ ସେବକ ଭଳି କାର୍ଯ୍ୟକରିବା ମୋଦି ଙ୍କର ବିକଶିତ ଭାରତ, ବିକଶିତ ଓଡିଶା ବିକଶିତ ତାଳଚେର ପାଇଁ କାର୍ଯ୍ୟ କରିବା ପାଇଁ ସଙ୍କଳ୍ପ ନେବା ବୋଲି ସାଂସଦ ରୁଦ୍ର ନାରାୟଣ ପାଣି ଉପସ୍ଥିତ କାର୍ଯ୍ୟକର୍ତା ଙ୍କୁ ପ୍ରକାଶ କରିଥିଲେ।ସାଂସଦ ଶ୍ରୀ ପାଣି ସେଠାରୁ ତାଳଚେର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗ ଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ସରପଞ୍ଚ ସହଦେଵ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ,ମଣ୍ଡଳ ସଭାପତି ରଜେନ୍ଦ୍ର ସିଂହ,ବରୁଣ ସାହୁ,ସତ୍ୟବନ୍ତ ସାହୁ, ଗୋପାଳ ସାହୁ,ଚୈତନ୍ୟ ପ୍ରଧାନ,ଯସ୍ମୀନ ପ୍ରଧାନ,ପେସ୍କାର ଗଡନାୟକ, ବିରଞ୍ଚି ପାଣି, ବୁଲୁ ମିଶ୍ର,ଉଚ୍ଛନ୍ନ ପଟ୍ଟନାୟକ,ଅଖିଳ ସାମଲ,ଦୟାସାଗର ମିଶ୍ର,ଦୀପକ ଥମ୍ବ, ସଂକଳ୍ପ ସାହୁ, ପ୍ରଶାନ୍ତ ଦାସ, ଜିତେନ୍ଦ୍ର ଦାସ,ବିରଞ୍ଚି ସାହୁ,ନିରଞ୍ଜନ ପ୍ରଧାନ,ସୁନୀଲ ବିଶ୍ୱାଳ, କାଉନସିଲର ସ୍ଵାଧୀନ ଥମ୍ବ, ଅନିତା ବିଶ୍ୱାଳ ଓ ସନ୍ତୋଷ ବେହେରା,ଗୀତିଶ ପ୍ରଧାନ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *