ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଠାରେ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅକତାରଙ୍କ ପକ୍ଷରୁ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମୋଟ ୧୦୨ଟି ଅଭିଯୋଗ ରହିଥିଲା l ଏହି ଅଭିଯୋଗ ଭିତରେ ବିଶେଷ ଭାବେ କଣିହାଁ CHC ର ଡାକ୍ତର ସୂର୍ଯ୍ୟପ୍ରକାସ ସାହୁ ଙ୍କୁ ପୁନହନିଯୁକ୍ତି ପାଇଁ ଦାବି ଜୋର ଧରିଥିଲା , ଏହା ସହିତ ଏନଟିପିସି ମାର୍କେଟ ର ବିଭିନ୍ନ ମୌଳିକ ସମସ୍ୟା ର ସମାଧାନ ପାଇଁ ଦାବି ଯଥା ଖଣି ସମସ୍ୟା, ଆବାସ ଗୃହ ,ଭୂମିହୀନ ଜମି ପଟ୍ଟା ,ପାଣି ଓ ରାସନ ସାମଗ୍ରୀ ଆଦି ଅଭିଯୋଗ ରହିଥିଲା l ଏହି ସମ୍ମିଳନୀ ରେ ତାଳଚେର ଉପଜିଲ୍ଲାପାଳ ଶ୍ରୀ ମୋନଜ କୁମାର ତ୍ରିପାଠୀ ,କଣିହାଁ ବିଡିଓ,ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତି ଥିଲେ I
