• Tue. Nov 11th, 2025

ଗ୍ରାମରେ ଉନ୍ନତି ମୂଳକ କାର୍ଯ୍ୟ କରାଇ ଦେଉ ନଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

BySwatipriya

Feb 21, 2024
Spread the love

ଅନୁଗୋଳ ବ୍ଲକ ଅନ୍ତର୍ଗତ ବନ୍ତଳା ପଞ୍ଚାୟତରେ ବନ୍ତଳା ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ସୂଚନା ଯେ, ବନ୍ତଳା ଗ୍ରାମରେ ଦୁଇ ବର୍ଷ ହେଲା ସରକାରଙ୍କ ଦ୍ୱାରା ଆସୁଥିବା ଅନୁଦାନ ରାଶି ର କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇ ପାରୁନାହିଁ। କାରଣ ଗ୍ରାମରେ କିଛି ଖଳ ପ୍ରକୃତିର ଲୋକ ଗ୍ରାମରେ ଉନ୍ନତି ମୂଳକ କାର୍ଯ୍ୟ କରାଇ ଦେଉ ନାହାନ୍ତି। ଏହା ବିରୋଧରେ ଗ୍ରାମର କୌଣସି ବ୍ୟକ୍ତି ଅଭିଯୋଗ କରିବା ପାଇଁ ଭୟଭୀତ ହେଉଛନ୍ତି। ଗ୍ରାମରେ ବହୁ ଅସୁବିଧା ର ସମୂଖୀନ ହେଇଛନ୍ତି ଗ୍ରାମବାସୀ। ଏ ନେଇ ବିଭିନ୍ନ ଅଧିକାରୀଙ୍କୁ ଅଭିଯୋଗ କଲେ ବି ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଗ୍ରାମର ସତାଧିକା ମହିଳା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଏ ଦେଖିବାକୁ ବାକି ରହିଲା ଯେ, ଅଭିଯୋଗ ପରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି। ଏ ଘଟଣା ବିଷୟରେ BDO ଙ୍କୁ ପଚାରିବାରୁ କହିଲେ ଯେ, ଘଟଣାଟି ବିଷୟରେ ବୁଝିବି ଏବଂ କାର୍ଯ୍ୟକାରି କରିବି l

Leave a Reply

Your email address will not be published. Required fields are marked *