• Wed. Nov 12th, 2025

ଭାଙ୍ଗିଲା ନିଶାଡୀ ଙ୍କ ଆଡ୍ଡା !କଲ୍ୟାଣ ମଣ୍ଡପ ପାଇଁ ଫିଟିଲା ବାଟ –ନଗରପାଳ l

ByDaman TV

Dec 20, 2024
Oplus_131072
Spread the love


ତାଳଚେର ୨୦/୧୨ ତାଳଚେର ପୌରାଞ୍ଚଳ ରାମଚନ୍ଦ୍ର ବଜାର ଠାରେ ଥିବା ଅବ୍ୟବହୃତ ଶୌଚାଳୟ କୁ ଆଜି ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୁତିଆ ଭାଙ୍ଗି ଦେଇଛନ୍ତି ।ଏହି ପରିତ୍ୟକ୍ତ ଶୌଚାଳୟ ଟି ନିଶାଡୀ ଙ୍କ ଆଡ୍ଡା ଭାବେ ନିଶାଡୀ ମାନେ ବ୍ୟବହାର କରୁଥଲେ ।ଏଥିନେଇ ରାମଚନ୍ଦ୍ର ବଜାର ର ସଭାପତି ସୁଧୀର ପଟ୍ଟନାୟକ ଓ ସ୍ଥାନୀୟ ଦୋକାନି ,ଜନସାଧାରଣ ମାନେ ନଗରପାଳ ଙ୍କୁ ସାକ୍ଷାତ କରି ଏହି ସମ୍ପର୍କରେ ଅଭିଯୋଗ କରିଥିଲେ ।ଏହାକୁ ହୃଦୟଙ୍ଗମ କରି ନଗରପାଳ ଶ୍ରୀ ଭୁତିଆ ତୁରନ୍ତ ପଦକ୍ଷେପ ସ୍ୱରୂପ ଏହି ଶୌଚାଳୟ କୁ ଭାଙ୍ଗିବା ନିର୍ଦେଶ ଦେଇଥିଲେ ।ତେବେ ଏହି ଶୌଚାଳୟ ଟି ଦୀର୍ଘ ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା ।ଏହାର ସୁଯୋଗ ନେଇ ଧଳା ଜହର ସେବନ କାରୀଙ୍କ ପଦୁର୍ଭାଵ ବଢ଼ି ଚାଲିଥିଲା ।ଏବେ ଏହାର ପୂର୍ଣ୍ଣଚ୍ଛେଦ ପଡିଛି ।ଅନ୍ୟପକ୍ଷରେ ଏହି ବଜାରରେ ଥିବା ଆଜବେଷ୍ଟସ ଦୋକାନ ଗୃହକୁ ଭାଙ୍ଗି ନୂତନ ଛାତ ଦୋକାନ ଗୃହ ନିର୍ମାଣ କରି ସମ୍ପୃକ୍ତ ଦୋକାନି ଭାଇ ମାନକୁ ଯୋଗାଇ ଦିଆଯିବ ବୋଲି ନଗରପାଳ ଶ୍ରୀ ଭୁତିଆ କହିବା ସହ ଶୌଚାଳୟ ଭଙ୍ଗାଯାଇଥିବା ସ୍ଥାନରେ ଏକ ମଲ୍ଟି ପ୍ରୋପଜ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ନକ୍ସା ପ୍ରସ୍ତୁତ କରାଯାଉଛି ବୋଲି ମଧ୍ୟ ସୂଚନା ଦେଇଛନ୍ତି ।। ନଗରପାଳ ଙ୍କ ଏହି ପଦକ୍ଷେପ କୁ ସାଧାରଣ ରେ ପ୍ରସଂଶା କରାଯାଇଛି ।।

Leave a Reply

Your email address will not be published. Required fields are marked *