• Wed. Nov 12th, 2025

କୋଇଲା ନଗରୀ ତାଳଚେର ରେ ଶେଷ ହେଲା ପ୍ରଭୁ ଶ୍ରୀ କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଣ ଙ୍କ ଭଷାଣି!ରାଜ୍ୟ ଓ ରାଜ୍ୟ ବାହାର କଳାକାର ଙ୍କ କଳାକୃତି ରେ ଦର୍ଶକ ବିଭୋର, ଭସାଣି ଶୋଭାଯାତ୍ରାରେ ସାମିଲ ହେଲେ ୧୬ମେଢ଼।

ByDaman TV

Nov 20, 2024
Oplus_131072
Spread the love


ତାଳଜେର,୨୦।୧୧ ତାଳଚେର ରେ ପ୍ରଭୁ ଶ୍ରୀ କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଣ ଙ୍କ ପୂଜା ଗତ ପଞ୍ଚୁକ ଦିନ ଠାରୁ ଆରମ୍ଭ ହୋଇଥିଲା ବେଳେ ଦୀର୍ଘ ୧୧ ଦିନ ପୂଜା ପାଇବା ପରେ ଆଜି ବୁଧୁବାର ରେ ପ୍ରଭୁ ଶ୍ରୀ କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଣ ବିଦାୟ ନେଇଛନ୍ତି ।ଏହି ଅବସରରେ ବିଶେଷ ଆକର୍ଷଣ ଲଡୁ ନିଲାମ ରେ ୭୫କିଲୋ ଓଜନ ର ଲଡୁକୁ୫୮ହଜାର ୮୦୦ଟଙ୍କାରେ ନିଲାମ ଡାକି କାରିଗର ପଡାର ଅମିତ ସୁମିତ
ଲାଇନ ନିଲାମ ନେଇଥିବା ଜଣାପଡିଛି ,ନଗର କାର୍ତ୍ତିକ ପୁଜା କମିଟି ପକ୍ଷରୁ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ର ପୂର୍ବତନ ସାଂସଦ ମହେଶ ସାହୁ ,ସନମାନିତ ଅତିଥି ଭାବେ ନଗରପାଳ ପବିତ୍ର ଭୁତିଆ ଯୋଗ ଦେଇ ଭାଇଚାରାର ସହର ରେ ଗଣେଶ ପୂଜା ପରି ପ୍ରଭୁ କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଣ ଙ୍କ ପୁଜା କରି ତାଳଚେର ର କଳା ସଂସ୍କୃତି କୁ ବଜାୟ ରଖିବା ସହିତ ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହିବା ସହ ଲଡୁ ବିଜେତା ଅମିତ ସୁମିତ ରୋଡ଼ ଲାଇନ କୁ ଲଡୁ ଓ ଆଜ୍ଞା ମାଳକୁ ଅର୍ପଣ କରିଥିଲେ ଓ ଭଷାଣି ଶୋଭାଯାତ୍ରାର ଆରମ୍ଭ କରିଥିଲେ ।ଆଜି ତାଳଚେର ସହରର ରେ ଏହି ଭସାଣି ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ତାଳଚେର ବଡ଼ଦାଣ୍ଡରେ ହୋଇଥିବା ମେଳଣ ପଡ଼ିଆରେ ସକାଳ ୧୧ ଟା ସୁଦ୍ଧା ସମସ୍ତ ମେଢ଼ ପହଞ୍ଚି ସାରିଥିଲା। ଦିବା ୧୨ ଘଟିକା ସମୟେର ତାଳଚେର ,ନଗର କାର୍ତ୍ତିକ ପୂଜା କମିଟି ପକ୍ଷରୁ ସଭାପତି ଦେବୀ ମିଶ୍ର ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ବିବରଣୀ ପ୍ରଦାନ କରିଥିଲେ । ଅତିଥି ଓ କମିଟି ର କର୍ମକର୍ତା ମାନେ ଯୋଗଦେଇ ଆନୁଷ୍ଠାନିକ ଭାବେ ଭଷାଣି ଶୋଭାଯାତ୍ରାର ଉଦଘାଟନ କରିଥିଲେ ଏବଂ ଶାନ୍ତିଶୃଙ୍ଖଳା ର ସହିତ ଭଷାଣି ପର୍ବ ପାଳନ କରିବା ପାଇଁ ସମସ୍ତ ମେଢ ଗୁଡିକୁ ନିବେଦନ କରିଥିଲେ । ।। ଏହି ମଞ୍ଚରେ ଉପସଭାପତି କେଶବ ଭୁତିଆ ସଂଯୋଜନା କରି ଥିବା ବେଳେ ,ଡିଗଲ ମିଶ୍ର ,ବଜରଙ୍ଗ ଅଗ୍ରୱାଲା ,ଆନନ୍ଦ ମହାରଣା ,ସର୍ବେଶ୍ୱର କୁଅଁର ,ପ୍ରଫୁଲ ଦାସ(ବିଦ ),ମେଡିଆ ସେଲ ସଂଯୋଜକ ତପନ କୁମାର ମହାରଣା ମଞ୍ଚ ଉପରେ ଉପସ୍ଥିତ ରହି ଭାଷାଣି ରେ ସକ୍ରିୟ ସହଯୋଗ କରିଥିଲେ , କମିଟି ପକ୍ଷରୁ ଅତିଥି ମାନଙ୍କୁ ସଂନ୍ମାନିତ କରାଯାଇଥିଲା ଠିକ ଅପରାହ୍ନ ୧.୩୦ମିନିଟ ସମୟରେ ମେଢ ଗୁଡିକ ଗୋଟିଏ ପରେ ଗୋଟିଏ ପୂର୍ବରୁ ଲଟେରୀ ମାଧ୍ୟମ ରେ ପାଇଥିବା କ୍ରମ ଅନୁଯାୟୀ , ମେଢ଼ ବଡଦାଣ୍ଡ ସାହି ଠାରୁ ବାହାରି ବଡବଜାର ତାଳଚେର ଥାନା ଚିତ୍ରକୁଟ ବଜାର ,ହନୁମାନ ପଡା ବଉଳଛକ ଭୈରବୀ ସାହି ଦେଇ ପୁଣି ବଡବଜାର ଠାରେ ଭାଷାଣି ଶୋଭାଯାତ୍ରା କୁ ସମାପ୍ତି କରିଥିଲେ ତେବେ ବିସର୍ଜନ ସମୟରେ ଦିନବେଳୁ ବଡ଼ଦାଣ୍ଡ ଛକ ଠାରୁ ଆରମ୍ଭ କରି ଫାଷ୍ଟ ଗେଟ୍‌ ପର୍ଯ୍ୟନ୍ତ ଭଷାଣି ଦେଖିବାକୁ ଭିଡ଼ ରହିଥିଲା। ଆଜି ଏହି ଭସାଣି ଉତ୍ସବରେ ପ୍ରାୟ ସମସ୍ତ ମେଢ଼ ସାମିଲ ହୋଇ ପ୍ରତି ମେଢର ଶୋଭାଯାତ୍ରାରେ ଆକର୍ଷଣୀୟ ବାଜା ଲାଇଟି ଓ ଭଳିକି ଭଳି ନାଚ ଗୀତ ର କଳାକୃତି ପଦର୍ଶନ କରାଯାଇଥିଲା । ଏହି ଭସାଣି ଉତ୍ସବରେ କେତକ ପୂଜା କମିଟି ପାରମ୍ପରିକ ବାଦ୍ୟ ଓ ନୃତ୍ୟୁ ମଧ୍ୟରେ ଶୋଭାଯାତ୍ରାରେ ଠାକୁରଙ୍କୁ ବିସର୍ଜନ ପାଇଁ ନେଉଥିବା ବେଳେ ଅଧିକ ପୂଜା କମିଟି ଡିଜେ ସାଉଣ୍ଡ ବଦଳ ରେ କେବଳ କିଛି ସାଉଣ୍ଡ ବକ୍ସ ର ଧ୍ୱନୀର ତାଳେ ତାଳେ ଯୁବକ ମାନେ ମତୁଆଲା ନୃତ୍ୟୁ କରୁଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଭସାଣି ଶୋଭାଯାତ୍ରା ବେସ୍‌ ଆଡ଼ମ୍ବରପୂର୍ଣ୍ଣ ଥିବା ଦେଖିବାକୁ ମିଳିଥିଲା। ଶୋଭାଯାତ୍ରାକୁ ଦେଖିବା ପାଇଁ ପୁରା ସହର ଲୋକାରଣ୍ୟ ହୋଇପଡିଥିଲା। ତାଳଚେର କୁ ଵିଭିର୍ଣ୍ଣ ଅଂଚଳରୁ ଆସିଥିବା ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।ଏବଂ ସହରରେ ଶ୍ରଦ୍ଧାଳୁ ମାନେ ଭାଷାଣି କୁ ବେଶ ଉପଭୋଗ କରିଥିଲେ ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ତାଳଚେର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ,ଏସ୍‌ଡିପିଓ ମାନସ ରଂଜନ ବାରିକଙ୍କ ନେତୃତ୍ୱ ରେ ତାଳଚେର ସଦର ଆଇ ଆଇ ସି ଦିଗ ବିଜୟ ବିଶ୍ୱାଳ ଓ ବିଭିର୍ଣ୍ଣ ଥାନାରୁ ଆସିଥିବା ଅଧିକାରୀ ସମେତ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। । ଅନ୍ୟ ପକ୍ଷରେ ଶବ୍ଦ ପ୍ରଦୂଷଣକୁ ଗୁରୁତ୍ବ ଦେଇ ବିଭିନ୍ନ କମିଟିର କର୍ମକର୍ତ୍ତା ଡିଜେ ବ୍ୟବହାର ନିଷେଧ ସହ ଡାକବାଜି ଯନ୍ତ୍ରର ଶବ୍ଦସୀମା ୬୫ ଡେସିବିଲ ମଧ୍ୟରେ ସମିତ ରଖିବା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲେ ହେଁ ଏଥିରେ କେତେକ ସ୍ଥାନରେ ବ୍ୟତିକ୍ରମ ମଧ୍ୟ ଦେଖିବାକୁ ମିଳିଥିଲା। ସମସ୍ତ ମେଢ଼ରେ କାନଫଟା ଶବ୍ଦରେ ମାଇକ୍‌ ବଜାଇ ଯାଉଥିବା ଦେଖିବାକୁ ମିଳିଥିଲା। ତେବେ କେନ୍ଦ୍ରୀୟ କମିଟି ଓ ପ୍ରଶାସନ ର ମିଳିତ ସହଯୋଗରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଭୁ ଶ୍ରୀ ଗଜାନନ ଙ୍କ ଭାଷାଣି ଶୋଭାଯାତ୍ରାସମ୍ପର୍ଣ୍ଣ ହୋଇଥିବା ଜଣାପଡିଛି ।।ତେବେ ଏହାକୁ ତାଳଚେର ର ଟି ଟିଭି ଚାନେଲ ସିଧା ପ୍ରସାରଣ କରାଯାଉଥିବାରୁ ବହୁ ଦର୍ଶକ ଘରେ ରହି ମଧ୍ୟ ଚିତାକର୍ଷକ ଭଷାଣି କୁ ଉପଭୋଗ କରିବାର ଶୋଭାଗ୍ୟ ଲାଭ କରିଥିଲେ ।।

Leave a Reply

Your email address will not be published. Required fields are marked *