ତାଳଚେର ୨୦/୮ ତାଳଚେର ର ପ୍ରସିଦ୍ଧ ଗଣେଶ ପୂଜା ପାଳନ ନିମନ୍ତେ ଆଜି ତାଳଚେର ଉପଜିଲ୍ଲାପାଳ ଙ୍କ କନ୍ଫରେନ୍ସ ହଲ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ । ସାଧାରଣ ସମ୍ପାଦକ ଦିଲୀପ ପାଣି ଚଳିତ ବର୍ଷ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।ଗଣେଶ ପୂଜା ସମୟରେ ଆଇନ ଶୃଙ୍ଗଳା ରକ୍ଷା କରିବା ,ପାନୀୟ ଜଳ ଯୋଗାଣ କରିବା ,ରାସ୍ତାଘାଟ ମରାମତ କରିବା ,ପରିମଳ ବ୍ୟବସ୍ଥା କୁ ସୁଧାର କରିବା ପାଇଁ ବିହିତ ପଦକ୍ଷେପ ନେବା ,ନିରବଛିର୍ଣ୍ଣ ବିଦ୍ୟୁତ ସେବା ଯୋଗାଇ ଦେବା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା ।ବିଶେଷ କରି ପୂଜା ସମୟରେ ଓ ଜନ ଗହଳି ବେଳେ ଟ୍ରାଫିକ ବ୍ୟବସ୍ତା କିପରି ପରିଚାଳନା କରାଯିବ ଓ ଗାଡି ପର୍କିଙ୍ଗ ପାଇଁ ସୁ ବ୍ୟବସ୍ତା ଉପରେ ଆଲୋଚନା କରାଯାଇ କିପରି ବ୍ୟବସ୍ଥିତ ଢଙ୍ଗରେ ଶାନ୍ତି ଶୃଙ୍ଖଳା ର ସହିତ କରାଯିବ ସେଥିପାଇଁ ବିଭିର୍ଣ୍ଣ ଉପାଦେୟ ନିଷ୍ପତ୍ତି ନିଆଯାଇଛି ।ତାଳଚେର ଏସ ଡି ପି ଓ ତଥା କେନ୍ଦ୍ରିୟ ଗଣେଶ ପୂଜା କମିଟି ର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ବାରିକ ପୂଜା ଓ ଭାଷାଣି ସମୟରେ କିପରି ଶୋଭାଯାତ୍ରା ସୁଚାରୁ ରୁପେ ସମ୍ପାଦନ ହେବ ତାର ସମ୍ପୂର୍ଣ ଦାୟିତ୍ୱ ବହନ କରିବା ସହ ମେଢ଼ ପେଣ୍ଡାଲ ଉଚତା ୧୨,ଫୁଟ ଓ ବିଦ୍ୟତ ତାର ର ଉଚ୍ଚତା ୧୫ଫୁଟ ମଧ୍ୟରେ ସୀମିତ ରହିବା ପାଇଁ କୁହାଯାଇଥିଲା । ଭାଷାଣି ଯିବା ଆସିବା ରାସ୍ତାରେ ବିଦ୍ୟତ ବିଭାଗର ଓହଳି ଥିବା ତାର କୁ ସଜାଡି ବା ପାଇଁ ବିଦ୍ୟୁତ ବିଭାଗ କୁ କୁହାଯାଇଥିଲା ।ସେହିପରି ପରିମଳ ,ଆବଶ୍ୟକ ରାସ୍ତା ଘାଟ ନିର୍ମାଣ ,ମୁକୁଳା ଡ୍ରେନ ରେ ସ୍ଲାପ ପକାଇବା ଇତ୍ୟାଦି ପାଇଁ ପୋୖର ନିର୍ବାହୀ ଅଧିକାରୀ ବଳୟ ଦେହୁରୀ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।ସେହିପରି ନିରବାଛିର୍ଣ୍ଣ ବିଦ୍ୟୁତ ସେବା ଯୋଗାଇ ଦେବାକୁ ବିଦ୍ୟୁତ ବିଭାଗ ଅଧିକାରୀ ଙ୍କୁ କମିଟି ର ସଭାପତି ତଥା ଉପଜିଲ୍ଲାପାଳ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଥିଲେ । ।ପୂଜା ସମୟରେ ପାନୀୟ ଜଳର ଯୋଗାଣ ସୁବିଧା ପାଇଁ ପୋୖର ପରିଷଦ ପକ୍ଷରୁ ଟ୍ୟାଙ୍କର ର ବ୍ୟବସ୍ଥା ସ୍ୱାସ୍ଥ୍ୟ ସେବା ପାଇଁ ତିନୋଟି ସ୍ଥାନରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲାଯିବା ସହ ଖାଦ୍ୟପେୟ କୁ ଯାଞ୍ଚ ପ୍ରକ୍ରିୟାକୁ କଡାକଡି ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ,ଏବଂ ସଂପୃକ୍ତ ବିଭାଗ ଏହାକୁ ତଦାରଖ କରିବେ ।ଅନ୍ୟପକ୍ଷରେ ପେଣ୍ଡାଲ ଗୁଡିକରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ସହ,ଅଗ୍ନି ନିବାରକ ସତର୍କତା ମୂଳକ ଭାବେ ପେଣ୍ଡାଲ ନିକଟରେ ତିନୋଟି ବାଲଟି ରଖିବା ପାଇଁ କୁହାଯାଇଛି ।ତାଳଚେରରେ ପୂଜା ସମୟରେ ଜନସମାଗମ କୁ ଆଖିରେ ରଖି ଗଣେଶ ପୂଜା ସମୟରେ ଦୁର୍ଘଟଣା ଏଡ଼ାଇବା ପାଇଁ କୋଇଲା ପରିବହନ ନିମନ୍ତେ ଚଳାଚଳ କରୁଥିବା (ଟ୍ରେନ, ଟ୍ରକ)କୁ ଅପର୍ହାର୍ଣ୍ଣ ୩ଟା ରୁ ରାତ୍ରି ୧୧ ଟା ପର୍ଯ୍ୟନ୍ତ ବନ୍ଦ କରାଯିବା ଇତ୍ୟାଦି ବିଷୟରେ ଆଲୋଚନା ହୋଇ ଏହା ପୂଜା ଦିନ ସେପ୍ଟେମ୍ବର୭ରୁ ଭାଷାଣି ୧୮ତାରିଖ ପର୍ୟ୍ଯନ୍ତ ଲାଗୁ ହେବା ପାଇଁ କୁହାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ର ଏକଜୁଟିଭି ସଦସ୍ୟ ମାନେ ଯୋଗଦେଇ ଆଲୋଚନା ରେ ଭାଗ ନେଇଥିଲେ ।,ଉପଦେଷ୍ଟା କେଶବ ଭୁତିଆ , ଉପସଭାପତି ପ୍ରକାଶ ମହାରଣା ,ସହ ସମ୍ପାଦକ ସୌଭାଗ୍ୟ ମହାରଣା ,,ଓ ଜ୍ଞାନ ରଞ୍ଜନ ସାହୁ ,କୋଷାଧ୍ୟକ୍ଷ ରଞ୍ଜିତ ମହାପାତ୍ର ,ଅଶୋକ ଶତପଥୀ ,ବିଦ୍ୟୁତ ବିଭାଗ ଏସ୍ଡ଼ିଓ ବବୁଲୁ ମହାରଣା ,ପିଏଚ ଡି ଯନ୍ତ୍ରୀ ଜଳଧର ଦେବତା ,ପୂର୍ତ୍ତ ବୁଭାଗ ସହକାରୀ ଯନ୍ତ୍ରୀ (ନିର୍ବାହୀ) ମଧୁସ୍ମିତା ବାସ୍କେ ,ମିଡିଆ ସେଲ ସଂଯୋଜକ ତପନ କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହି ସୁ ଚିନ୍ତିତ ମତାମତ ଦେବା ସହିତ ଆଗାମୀ ପୂଜା ସମୟ ପୂର୍ବରୁ ଆବଶ୍ୟକ ପଦକ୍ଷେପ ନେବାକୁ ସଂମ୍ମତି ପ୍ରଦାନ କରିଥିଲେ ।ଏବଂ ତାଳଚେର ଗଣେଶ ପୂଜା ବହୁତ ପୁରୁଣା ଓ ତାଳଚେର ରେ ପ୍ରସିଦ୍ଧ ଲାଭ କରିଥିବା ଗଣେଶ ପୂଜା ହୋଇଥିଲା ବେଳେ।ଚଳିତ ବର୍ଷ ଏହା କିପରି ଅଧିକ ସରସ ସୁନ୍ଦର ହେବ ସେଥିପାଇଁ ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରି ପୂଜା ପାଳନ କରିବା ପାଇଁ ସଭାପତି ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ ।ଶେଷରେ କେନ୍ଦ୍ରୀୟ କମିଟି ର ଉପସଭାପତି ଡ଼ଃ ରଶ୍ମିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।। ।।
Oplus_131072 