• Tue. Nov 11th, 2025

ପରିକ୍ଷାର୍ଥୀ ଙ୍କୁ ଶୁଭେଚ୍ଛା ଜଣାଇଲେ ସମାଜସେବୀ ବାଦଲ ବେହେରା

BySwatipriya

Feb 20, 2024
Spread the love

କାମାକ୍ଷାନଗର -ଆଜି ଓଡିଶା ବୋର୍ଡ଼ ପକ୍ଷରୁ ରାଜ୍ୟର ୩ ହଜାର ୪୭ ଗୋଟି ପରିକ୍ଷା କେନ୍ଦ୍ର ମାଧ୍ୟମରେ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ସ୍ଥିର କରାଯାଇଛି। ସେଥିପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ପରିକ୍ଷାର୍ଥୀ ମାନଙ୍କର ଶୁଭ ମନାସି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳ ରୁ ଯୁବ ସମାଜସେବୀ ବାଦଲ କୁମାର ବେହେରା ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଭୁଲି ନାହାଁନ୍ତି। ସକାଳୁ ସକାଳୁ ଏକ ଛାତ୍ରାବାସରେ ପହଞ୍ଚି ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ଏକ କଲମ ଏବଂ ପେନସିଲ୍ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଶ୍ରୀ ବେହେରା କେବଳ ଯେ ଏବେ! ତାହା ନୁହେଁ ମହାମାରୀ କୋଭିଡ୍ ସମୟରେ ଯେତେବେଳେ ଭୟରେ ଲୋକମାନେ ଘରୁ ପଦାକୁ ବାହାରିବାକୁ ଭୟ କରୁଥିଲେ ସେ ସମୟରେ ନିଜ ଜୀବନ କୁ ଖାତିରି ନକରି ଲୋକମାନଙ୍କୁ ବିଭିନ୍ନ ସାହାଯ୍ୟ ସହଯୋଗ କରି ଚର୍ଚ୍ଚାରେ ରହିଥିଲେ। ଏ ସମ୍ପର୍କରେ ଶ୍ରୀ ବେହେରା କୁହନ୍ତି ଲୋକଙ୍କ ସେବାରେ ତାଙ୍କୁ ଆତ୍ମସନ୍ତୋଷ ମିଳେ ଏବଂ ମାନବ ସେବା ହିଁ ମାଧବ ସେବା ଏହାକୁ ସେ ନିଜର ଜୀବନର ବ୍ରତ ବୋଲି ଭାବନ୍ତି। ଶ୍ରୀ ବେହେରା ଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ଢେର୍ ସାରା ପ୍ରଶଂସା ର ସୁଅ ଛୁଟୁଛି।

Leave a Reply

Your email address will not be published. Required fields are marked *