• Tue. Nov 11th, 2025

ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ରାଣୀଗୋଡା ଗ୍ରାମବାସୀ

BySwatipriya

Feb 20, 2024
Spread the love

ଅନୁଗୋଳ : ରାଣୀଗୋଡା ଗ୍ରାମର ଶତାଧିକ ମହିଳା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା। ସୁଚନା ଯେ, ଅନୁଗୋଳ ସହର ମହକୁମା ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ରାଣୀଗୋଡା ଗ୍ରାମ ଅବସ୍ଥିତ। ଖରାଦିନ ନ ଆସୁଣୁ ପାନୀୟ ଜଳର ଉତ୍କଟ ସମସ୍ୟା ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି। ରାଣୀଗୋଡା ପଞ୍ଚାୟତ ର ୧୦ ଏବଂ ୧୧ ନମ୍ୱର୍ ୱାଡ଼ ରେ ୧୦୦ ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ପ୍ରାୟ ୭୦୦ ଲୋକ ପାନୀୟ ଜଳ ପାଇଁ ଡହଳବିକଳ ହେଉଥିବାର ଦେଖିବାକୁ ମିଳୁଛି। ପାଖାପାଖି ୧୦ ଟି ନଳକୂପ ସେହି ସ୍ଥାନରେ ଥିବାବେଳେ କିଛି ନଳକୂପରୁ ନାଲି ଓ ନୀଳ ପାଣି ବାହାରୁ ଥିବା ଆଉ କିଛି ନଳକୂପ ଅଞ୍ଚଳ ହୋଇ ପଡିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କୁଅରୁ ପାଣି ସୁଖୀ ଯାଇଥିବାରୁ ଲୋକମାନେ ପାଣି ଟିକିଏ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପଟେ ଦୁଇ ୱାଡ଼ କୁ ପାନୀୟ ଜଳ ପାଇଁ ପାଇପ ବିଛା ହୋଇଥିବା ବେଳେ ପାନୀୟ ଜଳ କେବେ ଆସିବ ଏ ନେଇ ଲୋକ ମାନେ ଚାତକ ପକ୍ଷୀ ପରୀ ଚାହିଁ ବସିଛନ୍ତି। ଏ ପଟେ ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ସାତ ଦିନ ମଧ୍ୟରେ ସମସ୍ୟା କୁ ସମାଧାନ କରିଦିଆଯିବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ଗ୍ରାମବାସୀଙ୍କୁ କୁହାଯାଇଛି।

Leave a Reply

Your email address will not be published. Required fields are marked *