• Wed. Nov 12th, 2025

ରାମଚନ୍ଦ୍ର ବଜାର ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ByDaman TV

Dec 19, 2024
Oplus_131072
Spread the love


ତାଳଚେର ୧୯/୧୨ ତାଳଚେର ସହର ରାମଚନ୍ଦ୍ର ବଜାର କମିଟି ପକ୍ଷରୁ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବଜାର କମିଟି ସଭା ପତି ରିଲୁସୁଧୀର ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ ରେ ସ୍ଥାନୀୟ ସ୍କଟଲାଣ୍ଡ ପୁର ଠାରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇ ଥିଲା ବେଳେ ଏଥିରେ ବଜାର ର ସମସ୍ତ ସଦସ୍ୟ ଓ ସହଯୋଗୀ ମାନେ ଯୋଗ ଦେଇଥିଲେ ।ମୂଖ୍ୟ ଅତିଥି ଭାବେ ତାଳଚେର ପୋୖର ପରିଷଦ ର ନଗରପାଳ ପବିତ୍ର ଭୁତିଆ ଯୋଗ ଦେଇ ବନ୍ଧୁ ମିଳନ ପରି ସୁନ୍ଦର କାର୍ଯ୍ୟକ୍ରମ ପାଇଁ ପ୍ରସଂଶା କରିଥିଲେ। ବଜାର କମିଟି ପକ୍ଷରୁ ତାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଅନ୍ୟତମ ଅତିଥି ଭାବେ ବରିଷ୍ଟ ବିଜେପି ନେତା ଯଯାତି ପଟ୍ଟନାୟକ ,ବରିଷ୍ଟ ସାମ୍ବାଦିକ ଡ଼ଃ ରଶ୍ମି ରଞ୍ଜନ ମିଶ୍ର, ବିକାଶ ସାହୁ ,ତପନ ମହାରଣା ,ଭଗ୍ୟରଥୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।ସେମାନଙ୍କୁ ମଧ୍ୟ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତେ ଆଗକୁ କିପରି ଏକଜୁଟ ହୋଇ ବଜାର ର ଉର୍ଣ୍ଣତି ପାଇଁ କାର୍ଯ୍ୟ କରିବେ ସେଇଥିପାଇଁ ଏହି ଅବସରରେ ସମସ୍ତ ଦୋକାନୀ ଭାଇ ଶପଥ ନେଇଥିଲେ ।କମିଟି ର ସାଧାରଣ ସମ୍ପାଦକ ସନ୍ତୋଷ ଅଗ୍ରୱାଲା ଓ ଉପସଭାପତି ମୟଙ୍କ ଶର୍ମା ,ସହ ସଂପାଦକ ସ୍ୱାଧୀନ ଖୁଣ୍ଟିଆ ,କୋଷାଧ୍ୟକ୍ଷ ସଚିନ ଖୁଣ୍ଟିଆ ,ପ୍ରମୁଖଙ୍କ ସମେତ ସମସ୍ତ କର୍ମକର୍ତ୍ତା ,ବଜାର କମିଟି ସଦସ୍ୟ ଙ୍କ ସହଯୋଗରେ ଏହା ସମ୍ପାଦିତ ହୋଇଥିଲା ।ଖୁବ ଶୀଘ୍ର ବଜାର ର ନବ କଳେବର ପାଇଁ ନୂତନ ପଦକ୍ଷେପ ନେବାକୁ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ସ୍ଥିରୀକୃତ ହୋଇଥିବା ଜଣାପଡିଛି ।।

Leave a Reply

Your email address will not be published. Required fields are marked *