
ଦମନ ଟିଭିନ୍ୟୁଜ-ତାଳଚେର:ତା ୧୯/୩:ବିଜେପି ରାଜ୍ୟ ଉପ ସଭାପତି ଗୋଲଖ ମହାପାତ୍ର ଦୁଇ ଦିନିଆ ତାଳଚେର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।ଆଜି ମଙ୍ଗଳବାର ଶ୍ରୀ ମହାପାତ୍ର ତାଳଚେର ର ଅଧିଷ୍ଠାତ୍ରୀ ଦେବୀ ଜଗତ
ଜନନୀ ମା ହିଙ୍ଗୁଳା ଙ୍କୁ ଦର୍ଶନ କରି ଜଗତର କଲ୍ୟାଣ ମନାସୀ ଥିଲେ।ହିଙ୍ଗୁଳା ମନ୍ଦିର ପରିସର ବୁଲିବା ପରେ ଆଗରୁ ହିଙ୍ଗୁଳା ମା ଙ୍କ ମନ୍ଦିର ଆସିଥିଲି ଏବେ ଆସିଛି ଏବଂ ଯେଉଁଭଳି ଭାବେ ଉର୍ଣ୍ଣତି କାର୍ଯ୍ୟ ଚାଲୁ ରହିଛି ସେଥିପାଇଁ କେନ୍ଦ୍ର ମୋଦି ସରକାର ଏବଂ ଓଡ଼ିଶାର ରତ୍ନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ରେ ପେଟ୍ରୋଲିୟମ ବିଭାଗ, ରାଷ୍ଟ୍ରାୟତ ଉଦ୍ୟୋଗ ଏମ ସି ଏଲ ଏବଂ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଜିଲ୍ଲା ଖଣିଜ ପାଣ୍ଠି ରୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ମନ୍ଦିର ପାଇଁ ଧର୍ମେନ୍ଦ୍ର ପ୍ରଧାନ ଓ ନରେନ୍ଦ୍ର ମୋଦି ଙ୍କୁ ଶ୍ରୀ ମହାପାତ୍ର ଧନ୍ୟବାଦ ଜଣାଇଛନ୍ତି।ଶ୍ରୀ ମହାପାତ୍ର ଙ୍କ ସହ ତାଳଚେର ବିଧାନସଭା ନେତା କାଳନ୍ଦି ସାମଲ, ଅନୁଗୁଳ ଯୋନ ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ବିସ୍ତାରକ ଭକ୍ତ ବତ୍ସଳ ବସ୍ତିଆ, ରଜେନ୍ଦ୍ର ସିଂହ, ଗୋପାଳ ସାହୁ, ବିରଞ୍ଚି ସାହୁ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
