
ଢେଙ୍କାନାଳ –
ରାତିପାହିଲେ ବାହାଘର ,ସୁନା ଅଳଙ୍କାର ନପହଞ୍ଚିଲେ ବାହାଘର ହେବା ଅସମ୍ଭବ , ତେଣୁ ଜେନତେନ ଉପାୟରେ ଆଲଙ୍କାର ପହଞ୍ଚାଇବାକୁ ପଡ଼ିବ । ଫୋନ୍ ଆସିଲା କାରିଗରକୁ ଯେମିତିବି ହେଉ ତିଆରି ହୋଇ ରହିଥିବା ଅଳଙ୍କାର ନେଇକିଆସ । କାରିଗର ମଧ୍ୟ ନିରୁପାୟ , ଯେହେତୁ ଅଳଙ୍କାର ତିଆରି କରିବାରେ ଅର୍ଥ ଲଗେଇ ସାରିଛି ତେଣୁ ଗରାଖ ପାଖରେ ତିଆରି ଅଳଙ୍କାର ପହଞ୍ଚାଇଲେ ଖର୍ଚ୍ଚ ହୋଇଥିବା ଅର୍ଥରାଶି ସହିତ ଦୁଇ ପଇସା ମଧ୍ୟ ମିଳିପାରିବ ।ତେଣୁ କାଳବିଳମ୍ବ ନକରି ବିଳମ୍ବିତ ସନ୍ଧ୍ୟାରେ ଗାଡ଼ିଧରି ବାହାରିଗଲା କାରିଗର ଗରାଖ ଘର ଅଭିମୁଖେ। କିନ୍ତୁ ନୀୟତିର ଇଚ୍ଛା କିଛି ଅଲଗା ଥିଲା । ଅଧା ରାସ୍ତାରେ ହୋଇଛି କି ନାହିଁ ପଛ ମୁଣ୍ଡକୁ କିଏ ଜଣେ ବାଡେଇ ଦେଇ ସମସ୍ତ ଅଳଙ୍କାର ସହିତ ପାଖରେ ଥିବା ଟଙ୍କା ମୋବାଇଲ କୁ ମଧ୍ୟ ଛଡାଇ ନେଇଗଲେ ଦୁର୍ବୃତ୍ତ ।ଘଟଣା ଟି ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଶ୍ୟାମଳ ଜଙ୍ଗଲ ନିକଟରେ ।ସୂଚନାରୁ ଜଣାପଡ଼ିଛି ଭୁବନ ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ବର ୧୪ ରାଉତ ସାହିର ସୁରେଶ ଚିନେରାଙ୍କ ପୁଅ ଦିପୁନ୍ ଚୀନରା ବୟସ ପ୍ରାୟ ୩୦,ଭୁବନ ଗଣେଶ ବଜାର ସ୍ଥିତ ନିଜ ଦୋକାନ ତାରିଣୀ ଅଳଙ୍କାର କର୍ମଶାଳାରେ ପ୍ରସ୍ତୁତ କରିଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଯାଉଥିବା ସମୟରେ ଜାତୀୟ ରାଜପଥ ୫୩ ଶ୍ୟାମଳ ଛକ ନିକଟରେ କିଛି ଦୁର୍ବୃତ୍ତ ତାଙ୍କ ପଛପଟ ମୁଣ୍ଡକୁ ବାଡ଼େଇ ଦେଇଥିଲେ ।ଘଟଣା ସ୍ଥଳରେ ଡିପୁନ୍ ଗାଡିରୁ ପଡିଯିବାରୁ ତାଙ୍କଠାରୁ ସୁନା ଅଳଙ୍କାର ସହିତ ପାଖରେ ଥିବା ଟଙ୍କା ଏବଂ ମୋବାଇଲ ମଧ୍ୟ ନେଇଯାଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ ।ତେବେ ରାଜପଥ ଦେଇ ଯାଉଥିବା ଲୋକଙ୍କ ସହାୟତାରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡିପୁନାଙ୍କୁ ଭର୍ତ୍ତି କରିଥିବା ବେଳେ ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଛି ।
