
ଦମନ ଟିଭିନ୍ୟୁଜ -ତାଳଚେର:ତା ୧୯/୩ :ବିଜେପିର ଗାଁ ଚାଲ ଅଭିଯାନ,ଲାଭର୍ଥୀ ସମ୍ପର୍କ ଅଭିଯାନ ଆଦି ବିଭିନ୍ନ ଅଭିଯାନ ଜାରୀ ରହିଛି।ବୁଥ ସ୍ତରର କାର୍ଯ୍ୟକର୍ତା ଠାରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ରୀୟ ନେତୃବର୍ଗ ଙ୍କର ପ୍ରବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ବିଜେପି ରାଜ୍ୟ ଉପ ସଭାପତି ତଥା ଢେଙ୍କାନାଳ ପାର୍ଲ୍ୟାମେଣ୍ଟ ପ୍ରଭାରୀ ଗୋଲଖ ମହାପାତ୍ର ଙ୍କର ତାଳଚେର ବିଧାନସଭା କ୍ଷେତ୍ର କୁ ଘନ ଘନ ଗସ୍ତ କାର୍ଯ୍ୟକ୍ରମ ରହୁଛି।ଶ୍ରୀ ମହାପାତ୍ର ଙ୍କର ସୋମବାର ମଙ୍ଗଳବାର ଦୁଇ ଦିନିଆ ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।ସୋମବାର ଅପରାହ୍ଣ ରେ ସେଣ୍ଟାଲ ୱାର୍କ ସପ କଲୋନୀ ସ୍ଥିତ ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।ଭରତପୁର ଠାରେ ବିଜେପିର ମଣ୍ଡଳ ସଭାପତି ଓ ପ୍ରଭାରୀ ଙ୍କ ସହ ଏକ ବୈଠକରେ ଯୋଗ ଦେଇ ଗାଁ ଚାଲ ଅଭିଯାନ, ଲାଭର୍ଥୀ ସମ୍ପର୍କ ଅଭିଯାନ, ପ୍ରବାସ ଯୋଜନା ଉପରେ ଆଲୋଚନା କରିଥିଲେ।ପରେ ସନ୍ଧ୍ୟାରେ ଗୋବରା ପଂଚାୟତ ଗୁରୁଦ୍ୱାର ବସ୍ତିକୁ ଯାଇ ମୋଦୀ ଙ୍କ ଯୋଜନା ର ଲାଭର୍ଥୀ ମାନଙ୍କୁ ଭେଟି ଆଲୋଚନା କରିଥିଲେ।ଘର ଘର ବୁଲି ମୋଦି ଗ୍ୟାରେଣ୍ଟି ପତ୍ର ,କ୍ୟାଲେଣ୍ଡର ଏବଂ ଷ୍ଟିକର ପ୍ରଦାନ କରିଥିଲେ।ରାତ୍ରୀ ରେ ଯୁବମୋର୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସୁନିଲ ବିଶ୍ୱାଳ ଙ୍କ ଘରେ ପାରିବାରିକ ସମ୍ପର୍କ ସହ ସାମୁହିକ ଭୋଜନ କରିଥିଲେ।ରାତ୍ରୀ ରେ କର୍ଣ୍ଣପୁର ପଂଚାୟତ ରେ ଜଣେ କାର୍ଯ୍ୟକର୍ତା ଙ୍କ ଘରେ ରାତ୍ରୀ ଯାପନ କରିଥିଲେ।ଶ୍ରୀ ମହାପାତ୍ର ଙ୍କ ସହ ତାଳଚେର ବିଧାନସଭା ର ବିଜେପି ନେତା କାଳନ୍ଦି ସାମଲ, ଅନୁଗୁଳ ଯୋନ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ବିସ୍ତାରକ ଭକ୍ତ ବତ୍ସଳ ବସ୍ତିଆ, କାଳନ୍ଦି ପ୍ରଧାନ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ,ପ୍ରଭାରୀ ଓ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
