ତାଳଚେର ୧୭/୧୦ ତାଳଚେର ଏକ ପୁରାତନ ସଂସ୍କୃତି ସମ୍ପର୍ଣ୍ଣ ସହର ଏଠାରେ ବିଭୀର୍ଣ୍ଣ ସମୟରେ ପୂଜା ପାର୍ବଣ ଓ ପରମ୍ପରା ଅନୁଯାୟୀ ଅନେକ ଉତ୍ସବ ପାଳନ କରାଯାଏ ।ତେବେ ବାରମାସରେ ତେର ପର୍ବ ପରି ତାଳଚେରର କାରିଗର ପଡା, ମାସିକିଆ ସଂକ୍ରାନ୍ତି ଠାରୁ ଆରମ୍ଭ କରି ପୂର୍ଣିମା ପାର୍ଯ୍ୟନ୍ତ ବର୍ଷକ ମଧ୍ୟରେ ଯେତେ ପର୍ବ ପର୍ବାଣୀ ଆସିଥାଏ ତାକୁ ଏହି କାରିଗର ପଡା ଯୁବକ ସଙ୍ଘ ପାଳନ କରିଥାଏ ।ତେବେ ଗତ କିଛି ଦିନ ତଳେ ପ୍ରସିଦ୍ଧ ଗଣେଶ ପୂଜା ଶେଷ ହୋଇଥିବା ବେଳେ ଏବେ ଆଗକୁ ଆସୁଛି କାର୍ତ୍ତିକେଶ୍ୱର ପୂଜା ।ଏହାକୁ ପାଳନ କରିବା ପାଇଁ ବି ମଧ୍ୟ ଏହି କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ।ଏହି ପରିପ୍ରେକ୍ଷୀରେ କାରିଗର ପଡା ଯୁବକ ସଂଘ ପକ୍ଷରୁ କୁମାର ଉତ୍ସବ ପାଳନ କରାଯାଇଛି ।ଗତ ଚାରି ଦିନ ଧରି ବିଭିର୍ଣ୍ଣ ଆକର୍ଷଣୀୟ ଖେଳ କୁଦ ସହିତ ହୁଳହୁଳି ,ପୁଚି ଦଉଡି ଡିଆଁ ,ଦୌଡ଼ ,ଶଙ୍ଖ ଫୁଙ୍କା ,ନୃତ୍ୟ ,ସଙ୍ଗୀତ ,ବକ୍ତୃତା ହସ୍ତାକ୍ଷର ପ୍ରବନ୍ଧ ଲିଖନ ଇତ୍ୟାଦି ପ୍ରତିଯୋଗିତାରେ ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ ।ସେମାନଙ୍କ ମଧ୍ୟରୁ କୃତୀତ୍ୱ ହାସଲ କରିଥିବା ଶତାଧିକ ପ୍ରତିଭାବାନଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି ଅବସରରେ ଅନୁଷ୍ଠାନ ର ସଭାପତି ସୁମିତି ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନି ଉତ୍ସବ ରେସ୍ୱାଗତ ଭାଷଣ ଦେଇଥିଲେ ।ମୁଖ୍ୟ ଅତିଥି ଭାବେ ତାଳଚେର ପୋୖର ପରିଷଦ ର ନଗରପାଳ ପଵିତ୍ର ଭୁତିଆ ଯୋଗ ଦେଇ କାରିଗର ପଡା ର ଏହି କଳା ସଂସ୍କୃତି ପରମ୍ପରା ଆଧାରିତ କାର୍ଯ୍ୟକ୍ରମ କରି ତାଳଚେର ର ପରମ୍ପରା କୁ ବଜାୟ ରଖିବା ସହିତ ଅଂଚଳର ଲୁକ୍କାୟିତ ପ୍ରତିଭା କୁ ଏହା ମାଧ୍ୟମରେ ଆଗକୁ ଆଣି ତାଳଚେରର କୁ ଗୌରବ ଆଣିବାରେ ସହାୟକ ହୋଇଛନ୍ତି।ଏଥିପାଇଁ କାରିଗର ପଡା ସର୍ବାଗ୍ରେ ଓ ନିରବଛିର୍ଣ୍ଣ ଭାବେ ଏହାକୁ ପାଳନ କରୁଥିବାରୁ ନଗରପାଳ ଶ୍ରୀ ଭୁତିଆ ଅନୁଷ୍ଠାନ ର ସଦସ୍ୟ ଙ୍କୁ ସାଧୁବାଦ ଜଣାଇଥିଲେ ।ମୁଖ୍ୟବକ୍ତା ଭାବେ ବରିଷ୍ଟ ସାମ୍ବାଦିକ ଡ଼ଃ ରଶ୍ମି ରଞ୍ଜନ ମିଶ୍ର ଯୋଗ ଦେଇ ଭାଇଚାରା ର ସହରରେ କଳା ସଂସ୍କୃତି କୁ ବଜାୟ ରଖି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ଏହା ଆଗାମୀ ପିଢି ପାଇଁ ଶିକ୍ଷଣୀୟ ହେବ ବୋଲି ମତପ୍ରକାଶ କରିଥିଲେ ।ଅନ୍ୟତମ ଅତିଥି ଭାବେ ପୂର୍ବତନ କାଉଂସିଲର ଜିତେନ୍ଦ୍ର ଦାସ ଏହି ଉତ୍ସବ ପାଳନ ର ଉଦେଶ୍ୟ ଓ ଚିନ୍ତାଧାରା ସମ୍ପର୍କରେ ସୂଚନା ଦେଇଥିଲେ ।ବିଶେଷ କରି ପୂଜ୍ୟ ପୂଜାକୁ ସଂମାନ ଜଣାଇ ପଂଚାୟତ ଜରିଆରେ ଉପଜୁଥିବା ଘରୋଇ ସମସ୍ୟାକୁ ସମାଧାନ କରିବା କ୍ଷେତ୍ରରେ କିଛି ବରିଷ୍ଠ ନାଗରିକ ଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସନମାନିତ କରାଯାଇଥିଲା । ସେହିପରି ଦୀର୍ଘ ବର୍ଷ ଧରି ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏହାକୁ ଆରମ୍ଭ କରିଥିବା ବ୍ୟକ୍ତି ଵିଶେଷ ,ଓ ଏହାର ପ୍ରଚାର ପ୍ରସାର ଦାୟିତ୍ୱ ନେଇ କାର୍ଯ୍ୟ ସମ୍ପାଦନ କରୁଥିବା ଅନୁଷ୍ଠାନର ପୁରାତନ ସଦସ୍ୟ ସାମ୍ବାଦିକ ତପନ କୁମାର ମହାରଣା ଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ।।ଏଠାରେ ସୂଚନାଯୋଗ୍ୟ ଯେ କୁମାର ଉତ୍ସବ ତାଳଚେର କାରିଗର ପଡା ଅଂଚଳର ଏକ ପୁରୁଣା ଉତ୍ସବ ଏଥିରେ ଛୋଟ ପିଲା ଠାରୁ ଆରମ୍ଭ କରି ଯୁବ ମହିଳା ମାନେ ବିଭିର୍ଣ୍ଣ କଂପିଟିସନ ମାଧ୍ୟମ ରେ ନିଜର ଲୁକ୍କାୟିତ ପ୍ରତିଭାକୁ ପ୍ରତିପାଦିତ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରି ସାରା ଅଂଚଳରେ ଉଦାହରଣ ସୃଷ୍ଟି କରିଛନ୍ତି ତେଣୁ କାରିଗର ପଡା ର ଏହି ଉତ୍ସବ କୁ ସମସ୍ତେ ଚାହିଁ ରହିଥାନ୍ତି ।ମଞ୍ଚ ପରିଚାଳନା ସମାଜ ସେବୀ କରୁଣାକର ବାଇ କରିଥିବା ବେଳେ କାରିଗର ପଡା ଯୁବକ ସଙ୍ଘ ଗଣେଶ ପୂଜା କମିଟି ର ସଭାପତି ପ୍ରିତେଶ ପଟ୍ଟନାୟକ ,କାଉଂସିଲର ସନ୍ତୋଷ ବେହେରା ,ମଞ୍ଚାସିନ ଥିଲେ ।ଅନ୍ୟମାନଙ୍କ ମଧ୍ୟରେ , ବାନା ମହାପାତ୍ର ,ଧୀରେନ ମୋହରଣ। , ,ବିଜୟ ସାହୁ ,ବାବୁନା ମହାରଣା ,ପିଣ୍ଟୁ ସାହୁ ଟୁନା ମହାପାତ୍ର ,ମାନସ ମହାରଣା ,କମଳ ପଟ୍ଟନାୟକ ,ରାଖଲ ମହାପାତ୍ର ,ସିପୁନ ସାହୁଙ୍କ ସମେତ ଅନୁଷ୍ଠାନର ବହୁ ସଦସ୍ୟ ମାନେ ଦୀର୍ଘ ଚାରିଦିନ ଧରି ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବାରେ ସଫଳ ହୋଇଥିଲେ ।।
Oplus_131072 