• Wed. Nov 12th, 2025

ବିଜେଡି ତରଫରୁ ଜନଜାଗରଣ ସଭା ଅନୁଷ୍ଠିତ

ByDaman TV

Aug 16, 2024
Oplus_131072
Spread the love

ଗତ ନିର୍ବାଚନରେ ବିଜେପି ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ଆସିଲେ ଡବଲ ବିକାଶର ନାରା ଦେଇ ସମସ୍ତ ଭତ୍ତାଧାରୀଙ୍କ ମାସିକ ଭତ୍ତା କୁ ୩୫୦୦ ଟଙ୍କା କୁ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବିଜେପି ସରକାର ଉପସ୍ଥାପିତ କରିଥିବା ବଜେଟରେ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ଙ୍କ ଭତ୍ତା ୩୫୦୦ ଟଙ୍କା ବୃଦ୍ଧି କରାଯାଇଥିଲେ ସୁଦ୍ଧା ଅନ୍ୟ ଭତ୍ତାଧୀକାରୀଙ୍କ ମାସିକ ଭତ୍ତା ଅପରିବର୍ତ୍ତିତ ରହିଛି। ଏହା ଦ୍ବାରା ରାଜ୍ୟର ୫୭ଲକ୍ଷ ଭତ୍ତାଧୀକାରୀଙ୍କ ମଧ୍ୟରୁ ୫୨ ଲକ୍ଷ ଭତ୍ତାଧୀକାରୀ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ଅଛନ୍ତି ଏହି ପରିପେଖୀ ରେ ଆଜି କଣିହାଁ ବ୍ଲକରେ ସମସ୍ତ ବର୍ଗର ଭାତ୍ତାଧିକାରୀ ଙ୍କୁ ତୁରନ୍ତ ବର୍ଦ୍ଧିତ୍ତ ଭତ୍ତା ପ୍ରଦାନ ଦାବିରେ ବିଜୁ ଜନତା ଦଳ ପକ୍ଷରୁ ଜନଜାଗରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଅତିଥି ଭାବେ ମାନ୍ୟବର ପୂର୍ବତନ ସାଂସଦ ଢେ଼ଙ୍କାନାଳ ଶ୍ରୀଯୁକ୍ତ ମହେଶ ସାହୁ, ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ମାନ୍ୟବର ପୂର୍ବତନ ବିଧାୟକ ପାଳଲହଡା ଶ୍ରୀଯୁକ୍ତ ମୁକେଶ କୁମାର ପାଲ ଙ୍କ ସମେତ କଣିହାଁ ବ୍ଲକର ସମସ୍ତ ଜନ ପ୍ରତିନିଧି, ବିଜୁ ଜନତା ଦଳର ସମସ୍ତ ପଦାଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *