• Wed. Nov 12th, 2025

ଜଗତଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ତାଳଚେର ଆଗମନ ନେଇ ପ୍ରସ୍ତୁତି ବୈଠକ l

ByDaman TV

Dec 15, 2024
Oplus_131072
Spread the love


ତାଳଚେର :ତା 14/12 ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଙ୍କର ଆସନ୍ତା ଜାନୁଆରୀ 1 ଓ 2 ଦୁଇଦିନ ଧରି ତାଳଚେର ଆଗମନ କାର୍ଯ୍ୟକ୍ରମ ରହିଛି | ଜାନୁଆରୀ 1 ପ୍ରାତଃ ସକାଳ 4 ଟାରେ ରେଳଯୋଗେ ତାଳଚେର ଷ୍ଟେସନ ରେ ପହଂଚିବା ପରେ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ |ସେଠାରୁ ହାଣ୍ଡିଧୂଆଁ ଶର୍ମାଛକ ସ୍ଥିତ ଡ଼ ସଂଜୀବ ରାଉତ ଙ୍କ ବାସ ଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ରେ ପାଛୋଟି ଅଣାଯିବ |ସେଠାରେ ଦିନ 11 ଟାରେ ସାଧୁ ସନ୍ଥ, ବୁଦ୍ଧିଜୀବୀ ଓ ବିଶେଷ ବ୍ୟକ୍ତି. ମାନଙ୍କ ସହ ଏକ ସଂଗୋଷ୍ଠୀ କାର୍ଯ୍ୟକ୍ରମ ରେ ଯୋଗଦେବେ |ଦିନ ଦୁଇଟାରେ ଘଣ୍ଟପଡା ପଂଚାୟତ ର ବାଘମରା ଠାରେ ଏକ ଗୋଶାଳା ର ଉଦଘାଟନ କରିବେ |ଅପରାହ୍ନ 3 ଟାରେ ତାଳଚେର ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆ ରେ ଏକ ବିଶାଳ ହିନ୍ଦୁରାଷ୍ଟ ମହାଧିବେଶନ ରେ ଯୋଗଦେଇ ଦିବ୍ୟ ସନ୍ଦେଶ ପ୍ରଦାନ କରିବେ | ଜାନୁଆରୀ 2 ତାରିଖ ଦିନ 11 ଟାରେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ବୈଦିକ ଗଣିତ ଉପରେ ମାର୍ଗଦର୍ଶନ କରିବେ |ସମଗ୍ର ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ସାଧୁ ସନ୍ଥ ଓ ସାଧାରଣ ଲୋକ ଯୋଗଦେବେ |
. ଜଗତଗୁରୁ ଶଙ୍କରାଚାର୍ଯ୍ୟ ଙ୍କର କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି |ସମଗ୍ର ତାଳଚେର ଆଖ ପାଖ ଅଂଚଳ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ଜନସାଧାରଣ ଯୋଗଦେବେ |ଜଗତ ଗୁରୁ ଙ୍କର କାର୍ଯ୍ୟକ୍ରମ ପାଇଁ ଆଜି ଦେଉଳବେଡା ଠାରେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ସମଗ୍ର ଅନୁଗୁଳ ଜିଲ୍ଲା ର ସମସ୍ତ ବ୍ଲକ ତଥା ଗ୍ରାମରୁ ଯାଇ ବିଶେଷ ଭାବେ ତାଳଚେର ଅଂଚଳ ର ସମସ୍ତ ଘର ଘର ବୁଲି ନିମନ୍ତ୍ରଣ କରାଯିବା ସହ ବିଭିନ୍ନ ମତ ପନ୍ଥ ବ୍ୟକ୍ତି ବିଶେଷ, ବିଭିନ୍ନ ସାମାଜିକ ଅନୁଷ୍ଠାନ, ମଠ, ମନ୍ଦିର, ପୂଜା କମିଟି, ମାର୍କେଟ କମିଟି, ଜାତି ବିରାଦରୀ, ଭାଗବତ ଟୁଙ୍ଗି, ସଂକୀର୍ତନ ମଣ୍ଡଳୀ ତଥା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ହିନ୍ଦୁରାଷ୍ଟ ମହାଧିବେଶନ କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯିବ |ସମସ୍ତ ସନାତନୀ ହିନ୍ଦୁ ଭାଇ ଭଉଣୀ ମାନେ ଯୋଗଦେଇ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କର. କୃପାଭିକ୍ଷା ଲାଭ କରିବା ପାଇଁ ନିବେଦନ କରାଯାଇଛି |କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ବ୍ୟବସ୍ଥିତ କରାଇବା ଉପରେ ବୈଠକ ରେ ମତ ପ୍ରକାଶ ପାଇବା ସହ ବିଭିନ୍ନ କମିଟି ଗଠନ କରାଯାଇ ଦାୟିତ୍ୱ ନ୍ୟସ୍ତ କରାଯିବ ବୋଲି ପ୍ରକାଶ |ସ୍ୱାଗତ କମିଟି ର ସଂଯୋଜକ ପର୍ଶୁରାମ ବାରିକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକ ରେ ଉପ ସଭାପତି ତଥା ସେବାସଚିବ ବରୁଣ କୁମାର ସାହୁ, ସାଧାରଣ ସମ୍ପାଦକ ତଥା ଆଦିତ୍ୟ ବାହିନୀ ସଭାପତି ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜଗଦୀଶ ମିଶ୍ର, ଜ୍ୟୋତିର୍ମୟ ରଥ, ସୁନୀଲ ପଟ୍ଟନାୟକ, ଜଗଦୀଶ ସିଂହ, ଅଶୋକ ସାମନ୍ତ, ଖଇରା ପ୍ରଧାନ, କାର୍ତିକ ସାହୁ, ସରପଞ୍ଚ ନରେଶ ବେହେରା ଓ ସହଦେଵ ସାହୁ, ସୁଶାନ୍ତ ପ୍ରଧାନ, ଅଜୟ ସାହୁ, ବିନ୍ଧା ସିଂହ, ଭଜମନ ସାହୁ, ହେମନ୍ତ ଘଡେଇ, ସୁଶାନ୍ତ ମହାନ୍ତି, ସୁଶୀଲ ସାହୁ, ମାନସ ମହାରଣା, ଲିପୁନ କାଞ୍ଜି, ସଂଜୀବ ଦୁବେ,ସନାତନ ସାହୁ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *