• Tue. Nov 11th, 2025

ଓଡିଶା ର ନିର୍ବାଚିତ ହୋଇଥିବା ନୂତନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟିଲେ ଅନୁଗୋଳ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ l

ByDaman TV

Jun 15, 2024
Spread the love


ଅନୁଗୁଳ/ତାଳଚେର:ତା ୧୫/୬: ନବ ନିର୍ବାଚିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ବିଜେପି ଅନୁଗୁଳ ଜୋନାଲ ମିଡିଆସେଲ ସଂଯୋଜକ ପର୍ଶୁରାମ ବାରିକ।ମୁଖ୍ୟମନ୍ତ୍ରୀ ଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ବାରିକ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ର ସ୍ୱୟଂ ସେବକ ରୁ ରାଜ୍ୟ ର ମୁଖ୍ୟ ସେବକ ହୋଇଥିବା ଶ୍ରୀ ମାଝୀ ଙ୍କୁ ଭେଟି ପୁରୁଣା ଦିନର ସ୍ମୃତି ବିଷୟରେ ମନେ ପକାଇଥିଲେ ଶ୍ରୀ ବାରିକ,ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଥିଲେ।ବହୁ ବର୍ଷ ପରେ ସାମ୍ବାଦିକ ମାନଙ୍କୁ ଲୋକସେବା ଭବନ କୁ ପ୍ରବେଶ କରିବାକୁ ଅନୁମତି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ଶ୍ରୀ ବାରିକ।

Leave a Reply

Your email address will not be published. Required fields are marked *