• Wed. Nov 12th, 2025

JSL ଡୁବୁରି ପ୍ଲାଣ୍ଟକୁ କୋଇଲା ପରିବହନ ରେ ଭଡାକଟା ନୀତି ଯୋଗୁଁ ଏବେ ଦୁଃଖରେ ତାଳଚେର ଟ୍ରକ ମାଲିକ ।( ଟ୍ରକ ମାଲିକ ପେଟରେ ନାତ )

ByDaman TV

Sep 14, 2024
Spread the love


ତାଳଚେର ୧୪/୯ JSL ଡ଼ୁବୁରୀ ପ୍ଲାଣ୍ଟ କୋଇଲା ପରିବହନ ପାଇଁ ଟେଣ୍ଡର ଡାକିଥିବାବେଳେ କିଛି ଅସାଧୁ ପରିବହନ ସଂସ୍ଥା ଭଡା କାଟି କାମକରିବାକୁ ଚେଷ୍ଟା ଚଲାଇଛନ୍ତି ଯାହାକୁ ନେଇ ଟ୍ରକ ମାଲିକ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକଶ ପାଇଛି ।
କୋଇଲା ଖଣି ଯୋଗୁ ତାକଚେର ଅଂଚଳରେ ଅନେକ ଜମିପ୍ରଜା, ଯୁବକ ଓ ବ୍ୟକ୍ତି ଜୀବିକା ହରାଇ ଋଣରେ ଖଣ୍ଡିଏ ଖଣ୍ଡିଏ ଟ୍ରକ ଆଣି କୋଇଲା ପରିବହନ କାର୍ଯ୍ୟରେ ନିୟୋଜିତ କରିଛନ୍ତି ।କିନ୍ତୁ କିଛି ପରିବହନ କାରୀ ସଂସ୍ଥା ଟ୍ରକ ମାଲିକ ମାନଙ୍କୁ ପରିବହନ ବେଳେ ଉଚିତ ଭଡା ନ ଦେଇ ଭଡା ରେଟ କାଟି ଅର୍ଥ ପ୍ରଦାନ କରି ନିଜେ ମାଲା ମାଲ ହୋଇ ବିଚାର ଟ୍ରକ ମାଲିକ ଟି କାଙ୍ଗାଳ ଅବସ୍ଥା ଭୋଗିବାକୁ ପଡୁଛି।
ତାଳଚେର ରେ ଟ୍ରକ ଯୋଗେ ପ୍ରଯ୍ୟାପ୍ତ ପରିମାଣ ର କୋଇଲା ପରିବହନ ଓ ଉଚିତ ଭଡା ପ୍ରାପ୍ୟ କୁ ନେଇ ଅନେକ ସମୟରେ ଟ୍ରକ ମାଲିକ ସଙ୍ଘ ର ଚକା ବନ୍ଦ ଆନ୍ଦୋଳନ ହେଉଥିବା ବେଳେ । ବିଭିନ୍ନ ସମୟରେ ଟ୍ରକ ମାଲିକ ମାନଙ୍କ ପରିବାର ର ମହିଳା ମାନେ ମଧ୍ୟ ଆନ୍ଦୋଳନ ପାଇଁ ରାସ୍ତାକୁ ଓଲହାଇ ଥିବା ଦେଖିବାକୁ ମିଳିଥାଏ ।ବିଭିନ୍ନ ପ୍ଲାଣ୍ଟକୁ ଟ୍ରକ ଯୋଗେ କୋଇଲା ପରିବହନ ପାଇଁ ସଙ୍ଘ କରିଥିବା ଭଡା କୁ କିଛି ଅସାଧୁ ପରିବହନକାରି ପ୍ଲାଣ୍ଟ ଗୁଡ଼ିକରୁ ମନଇଚ୍ଛା ଭଡା କାଟି କାମ କରୁଛନ୍ତି ଯାହାଦ୍ଵାରା ଗାଡ଼ିମାଲିକ କ୍ଷତି ଉପରେ କ୍ଷତି ସହୁଛନ୍ତି।ଏପରି କି ଶୁଣିବାକୁ ମିଳିଛି କି ଯେ,ଏସ,ଏଲ (J S L) ଡ଼ୁବୁରୀ ପ୍ଲାଣ୍ଟ କୁ କିଛି ଅସାଧୁ ପରିବହନ କାରି ତାଳଚେର ଟ୍ରକ ମାଲିକ JSL ପ୍ଲାଣ୍ଟକୁ ଧାର୍ଯ୍ୟ କରିଥିବା ଭଡା ଠାରୁ ଟନ ପୁଛା ୧୫୦ ଟଙ୍କା ରେଟ କାଟି ତାଳଚେର ବିଭିନ୍ନ କୋଇଲା ଖଣିରୁ କୋଇଲା ପରିବହନ କରିବାକୁ ଏକ ପ୍ରକାର ମସୁଧା ଚଲାଇଛନ୍ତି।ଯାହା ତାଳଚେର ଟ୍ରକ ମାଲିକ ସଙ୍ଘ ଜାଣିବାକୁ ପାଇଛି ।ଏଥିପାଇଁ ଗାଡି ମାଲିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖବାକୁ ମିଳିଛି। ଯାହା ଫଳରେ ତାଳଚେର ର ଲିଙ୍ଗରାଜ କୋଇଲା ଖଣି ଅଂଚକରୁ ହିଙ୍ଗୁଳା ଖଣି ଓ କଣିହାଁ ଖଣି ପର୍ଯ୍ୟନ୍ତ ସମସ୍ତ ୯ଟି ଖଣି ରୁ ଟ୍ରକ ଯୋଗେ ଯେ,ଏସ,ଏଲ JSL ଡ଼ୁବୁରୀକୁ କୋଇଲା ପରିବହନ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ସଙ୍ଘ ପକ୍ଷରୁ ରୋକ ଠକ ଭାବେ ଚେତାବନୀ ଦିଆଯାଇଛି ।କାରଣ ତାଳଚେର ଟ୍ରକ ମାଲିକ ମାନେ ଉଚିତ ଭଡା ଓ ପ୍ରଯ୍ୟାପ୍ତ ପରିମାଣର କୋଇଲା, ରୋଡ଼ ସେଲ ମାଧ୍ୟମରେ ଚାଲାଣ କରିବା ସହିତ ତାଳଚେର ଅଂଚଳ ର ଟ୍ରକ ମାଲିକ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କୋଇଲା ପରିବହନ ପାଇଁ ସୁଯୋଗ ମିଳିବା ଇତ୍ୟାଦି ଦାବି ନେଇ ଗତ ବର୍ଷ , ଗତ ବର୍ଷ ଅକ୍ଟବର ମାସ ୧୦ତାରିଖ ଦିନ ଆନ୍ଦୋଳନ କରାଯାଇଥିଲା । ଏବଂ ଏହାକୁ ତାଳଚେର ରେ ଥିବା ସମସ୍ତ ଟ୍ରକ ମାଲିକ ସଙ୍ଘ ସମର୍ଥନ ଜଣାଇଥିଲେ।ତେବେ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ ଙ୍କ ଉପସ୍ଥିତ ରେ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ,ଏସ ଡି ପି ଓ ମାନସ ରଞ୍ଜନ ବାରିକ ମାଲିକ ସଙ୍ଘର ପକ୍ଷରୁ ସଭାପତି ଅରବିନ୍ଦ ଭୁତିଆ,ପରିବହନ ସଙ୍ଘର ସଭାପତି ନୟନ ରଞ୍ଜନ ସାହୁ ,ଓ ସମସ୍ତ ପ୍ଲାଣ୍ଟ ର ଅଧିକାରୀ ମାନେ ଯୋଗ ଦେଇ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ମୁତାବକ ଟ୍ରକ ର ଉଚିତ ଭଡା ପ୍ରଦାନ ସହକୋଇଲା ପରିବହନ କାର୍ଯ୍ୟସୁଚାରୁ ରୂପେ ଚାଲି ଆସୁଥିଲା।ଏଠାରେ ସୂଚନା ଯୋଗ୍ୟ ଯେ ତାଳଚେର ଅଂଚଳରେ ମୁଖ୍ୟତଃ କୋଇଲା ପରିବହନ କୁ ନେଇ ଏଠିକାର ଟ୍ରକ ମାଲିକ ମାନେ ନିଜର ଗୁଜରାଣ ମେଣ୍ଟାଉ ଥିବା ବେଳେ ସ୍ଥାନୀୟ ଟ୍ରକ ମାଲିକ ମାନେ ଏବେ ପ୍ରଯ୍ୟାପ୍ତ ଲୋଡିଙ୍ଗ ନ ପାଇ ଏବଂ ଉଚିତ ଭଡା ମଧ୍ୟ ପାଇପାରୁ ନାହାନ୍ତି ।ଯ ଦ୍ୱାରା ଦୁର୍ଦିନ ରେ ବିଚାର ଟ୍ରକ ମାଲିକ ଙ୍କ ପରିବାର ଗତିକରୁଛନ୍ତି ।ଅପରପକ୍ଷରେ ଗାଡିର ଟାୟାର ଠାରୁ ଆରମ୍ଭ କରି ଯାନ୍ତ୍ରାଂଶ ଇ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷର ମୂଲ୍ୟ ବୃଦ୍ଧି ପାଉଥିବା ବେଳେ ସୂଚନା ମିଳିଛି କି ଏବେ କିଛି ପରିବହନ କାରି ଯେ, ଏସ,ଏଲ JSL ଡ଼ୁବୁରୀ ପ୍ଲାଣ୍ଟରୁ ଭଡା କାଟି ଭଡା ଟଙ୍କା ପ୍ରଦାନ କରୁଥିବା ଯୋଗୁ ଗାଡି ମାଲିକଙ୍କର ଆର୍ଥିକ ମେରୁଦଣ୍ଡ କୁ ଭାଙ୍ଗି ଦେବା ପାଇଁ ଚେଷ୍ଟା ଚଲାଇ ଛନ୍ତି ବୋଲି ସଙ୍ଘର ସଭାପତି ଅରବିନ୍ଦ ଭୁତିଆ ପ୍ରକାଶ କରିଛନ୍ତି । ଏହି କାରଣ ପାଇଁ ଅସହାୟ ହୋଇପଡ଼ିଛନ୍ତି ଟ୍ରକ ମାଲିକ ମାନେ । ତେବେ ଯଦି ଏପରି ଦୁବୁରୀ ର ଯେ, ଏସ,ଏଲ ପ୍ଲାଣ୍ଟ କୁ କୋଇଲା ପରିବହନ ରେ ଭଡାକଟା ନୀତି କାମ ଚାଲେ ତେବେ ଟ୍ରକ ମାଲିକ ମାନେ ଆନ୍ଦୋଳନ କୁ ଓଲ୍ହାଇବା ସହ ଆଜି ସହ ସହ ସଂଖ୍ୟାରେ ଟ୍ରକ ମାଲିକ ମାନଙ୍କ ପରିବାରର ମହିଳା ମାନେ ଆନ୍ଦୋଳନ ରେ ସାମିଲ ହୋଇ ସେଇ ପ୍ଲାଣ୍ଟ କୁ କୋଇଲା ପରିବହନ ବନ୍ଦ କରାଯିବ ବୋଲି ସଂଘ ଗାଡି ମାଲିକ ମାନେ ଚେତାବନୀ ଦେଇଛନ୍ତି।।

Leave a Reply

Your email address will not be published. Required fields are marked *