• Wed. Nov 12th, 2025
Oplus_131072
Spread the love


ତାଳଚେର ୧୩/୧୧ ତାଳଚେର ସହର ଠାରୁ ମେଡ଼ିକାଲ ଠାରୁ ୧୬ ଓ ୧୪୯ ନମ୍ବର ଜାତୀୟ ରାଜପଥ ୯ ନମ୍ବର ୱାର୍ଡ ଦେଇ ଭୟା ପଶ୍ଚିମେଶ୍ୱର ମନ୍ଦିର ନଦୀ କୂଳେ କୂଳେ ସନ୍ଥପଡା ପର୍ଯ୍ୟନ୍ତ ୨୩ନମ୍ବର ଜାତୀୟ ରାଜପଥ ସହିତ ସଂଯୋଗ କରିବା ନିମନ୍ତେ ୨୦୨୦ ମସିହାରେତତ୍କାଳୀନ ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଙ୍କ ଉଦ୍ୟମ କ୍ରମେ ୪କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବେୟ ମଞ୍ଜୁର କରାଯାଇ ନିର୍ମାଣ କାର୍ଯ୍ୟ ନିମନ୍ତେ ଭିତ୍ତି ପ୍ରସ୍ତର କରାଯାଇ ଏହାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା ।ତେବେ ଉକ୍ତ କାର୍ଯ୍ୟ ଟି ପ୍ରାୟ ୪୦ଭାଗ ପର୍ଯ୍ୟନ୍ତ ସମ୍ପୂର୍ଣ ହେବା ପରେ ପୂର୍ତ୍ତ ବିଭାଗର ଦୂର ଦୃଷ୍ଟିର ଅଭାବ ଯୋଗୁଁ ଆଉ ଆଗକୁ ଯାଇ ନ ପାରି ଅଟକି ଯାଇଛି ।କାରଣ ନଦୀକୂଳେ କୂଳେ ଯିବା ରାସ୍ତା ଟି ସାମାନ୍ୟ ଭିତରକୁ ଆସିଯିବା ଫଳରେ କିଛି ଲୋକ ନିଜର ଜମି ଥିବା ଦାବି କରିବାରୁ ଏହା ଅଟକି ଯାଇଛି ବୋଲି କୁହାଯାଉଛି ।କିନ୍ତୁ ଏହା କିପରି ହେବ ତାହା ବିଷୟରେ ଚିନ୍ତା ଆଲୋଚନା ନ କରି ପୂର୍ତ୍ତ ବିଭାଗ ଟଙ୍କା ଫେରସ୍ତ କରି ନିଜ କାମ ସାରିଦେଇ ଚୁପ ଚାପ ହୋଇ ବସିଛି ।ତେବେ ଏଠାରେ ପ୍ରଶ୍ନ ଉଠେ ଯେ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଭାଗ ପକ୍ଷରୁ କାହିଁକି ଫିଜିବିଲିଟ କିମ୍ବା ସରଜମିନି ତଦନ୍ତ କଲା ନାହିଁ ।ଏବଂ ଯଦିବା ନଦୀ କୁଳ ଦେଇ ରାସ୍ତା ଯାଇପାରିଥାନ୍ତା ସେଇ କଥା ନ କରି ମଞ୍ଜୁର କରାଯାଇଥିବା ଟଙ୍କା ଫେରାଇବା କାହା ସ୍ୱାର୍ଥରେ ବୋଲି କୁହାଯାଇଛି ।କାରଣ ଏହି ରାସ୍ତାଟି ନିର୍ମାଣ କରିଥିଲେ ତାଳଚେର ରୁ ବଲର୍ହର ରାସ୍ତା ରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟା ଦୂର ହେବା ସହ ସନ୍ଥପଡା ସରାଙ୍ଗ ପର୍ଯଙ୍ଗ ଯାଉଥିବା ବାଇକ ଛୋଟ ମଧ୍ୟମ ଗାଡି ମଟର ଗୁଡିକ ଅନାୟାସରେ ଯାଇପାରିବ ।ଏହାକୁ ଦୃଷ୍ଟିରେ ରଖି ପୂର୍ବତନ ସାଂସଦ ମହେଶ ସାହୁ ଏହି କାର୍ଯ୍ୟଟି ବନ୍ଦ ରହିଥିବା ଖବର ପାଇ ସ୍ଥାନୀୟ ନୂତନ ଉପଜିଲ୍ଲାପାଳ ସମୀର ଜେନା (IAS)ଙ୍କୁ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଜଣାଇ ଅଟକିଥିବା ନିର୍ମାଣ ସ୍ଥଳ ପଶ୍ଚିମେଶ୍ୱର କୁ ଯାଇ ଅଧାପନ୍ତରିଆ କାର୍ଯ୍ୟକୁ ଦେଖିଥିଲେ ଓ ତାଙ୍କ ସହ ପୋୖର ପରିଷଦ ର ନଗରପାଳ ପବିତ୍ର ଭୁତିଆ ତାଳଚେର ତହସିଲଦାର ରୋଜାଲିନ ବେହେରା ,ଭାରପ୍ରାପ୍ତ ନିର୍ବାହି ଅଧିକାରୀ ବଲୟ ଦେହୁରୀ ,ପ୍ରମୁଖ ଯାଇ କାର୍ଯ୍ୟ ଅଟକିବାର କାରଣ ସମ୍ପର୍କରେ ଆଲୋଚନା କରିଥିଲେ ।ଏବଂ ଏହାକୁ କିପରି ଯଥାଶୀଘ୍ର ନିର୍ମାଣ ନିମନ୍ତେ ପଦକ୍ଷେପ ନେଇ ଫେରିଯାଇଥିବା ଅର୍ଥ ପୁନଶ୍ଚ ଅଣାଯାଇ ଲୋକଙ୍କ ପାଇଁ ଏହି ରାସ୍ତା ନିର୍ମାଣ ହୋଇ ବ୍ୟବହାର ରେ ଆସିବ ସେଥିପାଇଁ ତୁରନ୍ତ ରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ବତନ ସାଂସଦ ମହେଶ ସାହୁ ପରାମର୍ଶ ଦେଇଥିଲେ ।ଏବଂ ଉପଜିଲ୍ଲାପାଳ ଶ୍ରୀମାନ ଜେନା ଲୋକଙ୍କ ସ୍ୱାର୍ଥ ସହିତ ଗମନାଗମନ କୁ ଗୁରୁତ୍ୱ ଦେଇ ନିଶ୍ଚିତ ଭାବରେ ପଦକ୍ଷେପ ନେବାକୁ ପତିଶ୍ରୁତି ଦେଇଥିଲେ ।।

Leave a Reply

Your email address will not be published. Required fields are marked *