• Tue. Nov 11th, 2025

ଘୋଡାଶାଳ ଗେଟ ମରାମତି ଓ ନିର୍ମାଣ ପାଇଁ ପାର୍ଶ୍ଵବର୍ତ୍ତୀ ଲୋକଙ୍କ ସହ ନଗରପାଳ ଙ୍କ ଆଲୋଚନା ।

ByDaman TV

Mar 12, 2025
Spread the love


ତାଳଚେର , ତାଳଚେର ପୌର ପରିଷଦ ଅଧୀନରେ ଥିବା ଫାଷ୍ଟ ଗେଟ୍ କୁ ନୂତନ ରୂପ ମିଳିଲା ପରେ ଏବେ ଏକ ନମ୍ୱର ୱାର୍ଡ ରେ ଥିବା ଘୋଡ଼ା ଶାଳ ଗେଟ ଓ ହାତୀ ଶାଳ ଗେଟ୍ କୁ ମରାମତି ଓ ଆବଶ୍ୟକ ସ୍ଥଳେ ନିର୍ମାଣ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ଏହା ଏକ ଚଳଚଞ୍ଚଳ ବ୍ୟସ୍ତ ବହୁଳ ରାସ୍ତା ହୋଇଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ରେ ବ୍ୟାଘାତ ସୃଷ୍ଟି ହୋଇ ପାରେ ,। ତେଣୁ ଏହାକୁ ଦୃଷ୍ଟିରେ ରଖି ଉଭୟ ଗେଟ ପାର୍ଶ୍ଵରେ ଥିବା ସ୍ଥାନରେ ହୋଇଥିବା ଦଖଲ କାରୀଙ୍କ ଅନୁମତି କ୍ରମେ ଉଭୟ ପଟେ ମଟର ସାଇକେଲ ଓ ପଥଚାରୀ ମାନଙ୍କ ଯାତାୟାତ ପାଇଁ ସ୍ବତନ୍ତ୍ର ରାସ୍ତା ସମ୍ପ୍ରସାରଣ ଅପରିହାର୍ଯ୍ୟ ହୋଇପଡିଛି । ତେଣୁ ଏଥିପାଇଁ ନଗର ପାଳ ପବିତ୍ର ଭୂତିଆ ଙ୍କ ଅଧ୍ୟକ୍ଷତା ରେ ୱାର୍ଡର ମୁଖିଆ ବୟଜେଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଲୋଡିଥିଲେ । ଏଥିରେ ସମସ୍ତ ଉପସ୍ଥିତ ବ୍ୟକ୍ତି ଓ ଗେଟ ପାର୍ଶ୍ଵବର୍ତ୍ତୀ ଲୋକଙ୍କ ସହମତି ପ୍ରକାଶ କରିବାରୁ । ଆସନ୍ତା କାଲି ଠାରୁ ଗେଟ କାର୍ଯ୍ୟ ଆରମ୍ଭ କରି ଦୁଇମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରାଯିବ ବୋଲି ନଗର ପାଳ ଶ୍ରୀ ଭୁତିଆ ପ୍ରକାଶ କରିଥିଲେ । ଏହି ଆଲୋଚନା ବେଳେ ସମାଜ ସେବୀ ଧିରେନ୍ ଶତପଥୀ , ଯୁବ ନେତା ଦୀପକ୍ ଥମ୍ବ , ପୁପୁନା ଦାସ , କାଉନସିଲର ଯୋଷୋବନ୍ତ ମିଶ୍ର , ବାବୁନି ସ୍ୱାଇଁ , ଯୋଷୋନନ୍ତ ସିଂହ ସାମନ୍ତ । ଜ୍ଞାନରଞ୍ଜନଦାସ ,ଲଳିତ ବଲଭ ରାଉତ, କୁନା ଦାସ , ଲିଟୁ ଦେବତା , ଲିପୁନ ସାହୁ, ସୋନା ପାତ୍ର , ସୁଶାନ୍ତ ମାଝୀ , ରଶ୍ମି ରଞ୍ଜନ ମିଶ୍ର ପ୍ରଫୁଲ୍ଲ କୁମାର ଦାସ , ତପନ କୁମାରମହାରଣା ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ । ତେବେ ନଗରପାଳ ଶ୍ରୀ ଭୂତିଆ ଙ୍କ ଏହି ପଦକ୍ଷେପ କୁ ତାଳଚେର ବାସୀଙ୍କୁ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।।

Leave a Reply

Your email address will not be published. Required fields are marked *