• Wed. Nov 12th, 2025

ହୋମଗାର୍ଡ ଙ୍କ ପକ୍ଷରୁ ରାଜ୍ୟ ଉପଦେଷ୍ଟା ଙ୍କୁ ସମ୍ବର୍ଦ୍ଧନା

ByDaman TV

Sep 10, 2024
Oplus_131072
Spread the love


ତାଳଚେର :ତା 10/9: ଓଡିଶା ରେ 17 ହଜାର ରୁ ଉର୍ଦ୍ଧ ହୋମଗାର୍ଡ କାର୍ଯ୍ୟରତ |ଦୀର୍ଘ 24ବର୍ଷ ଧରି ନିଜର ନ୍ୟାର୍ଯ୍ୟ ଅଧିକାର ପାଇଁ ସେମାନେ ଲଢ଼ି ଆସିଛନ୍ତି, ପୋଲିସ ଭଳି ସବୁ କାର୍ଯ୍ୟ କରୁଥିଲେ ମଧ୍ୟ ପୋଲିସ ଭଳି ଦରମା ସୁବିଧା ସୁଯୋଗ ତାଙ୍କୁ ମିଳୁ ନାହିଁ |ପୁନଶ୍ଚ 2020 ରୁ ନୂତନ ଭାବେ ହୋମଗାର୍ଡ ନିଯୁକ୍ତି କୁ ମଧ୍ୟ ତତ୍କାଳୀନ ସରକାର ବନ୍ଦ କରି ରଖିଥିଲେ, ଯିଏ ମୃତାହତ ହେଲେ ତାଙ୍କୁ କୌଣସି ସୁବିଧା ସୁଯୋଗ କିମ୍ବା ଅନୁକମ୍ପା ମୂଳକ ନିଯୁକ୍ତି ତା ପରିବାର ଙ୍କୁ ମିଳୁ ନଥିଲା |ରାଜ୍ୟରେ ମୋହନ ମାଝି ଙ୍କ ନେତୃତ୍ୱ ରେ ବିଜେପି ର ସରକାର ଆସିବା ପରେ ହୋମଗାର୍ଡ ମାନଙ୍କର ବହୁବିଦ୍ଧ ସମସ୍ୟା ର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଚଳିତ ବିଧାନସଭା ରେ ପ୍ରକାଶ କରିଛନ୍ତି |ରାଜ୍ୟରେ 2298 ନୂତନ ଗୃହରକ୍ଷୀ ନିଯୁକ୍ତି ସହ ପୋଲିସ କର୍ମଚାରୀ ଭଳି ସୁବିଧା ପାଇବା ଉପରେ ମୁଖ୍ୟମନ୍ତ୍ରୀ ବିଧାନସଭା ରେ ପ୍ରକାଶ କରିଛନ୍ତି |ଏହାକୁ ନେଇ ହୋମଗାର୍ଡ ସଂଘ ଖୁସି ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କୃତଜ୍ଞତା ଜଣାଇଛନ୍ତି |ଗତ ଜୁନ ମାସରେ ତାଳଚେର ରେ ରାଜ୍ୟ ସ୍ତରୀୟ ହୋମଗାର୍ଡ ମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ନିଷ୍ପତି ଅନୁଯାୟୀ ହୋମଗାର୍ଡ ମାନଙ୍କର ସମସ୍ୟା କୁ ନେଇ ନିଖିଳ ଉତ୍କଳ ହୋମଗାର୍ଡ ମହାସଂଘ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଭେଟି ତାଙ୍କର ସମସ୍ୟା ଉପରେ ଆଲୋକପାତ କରିଥିଲେ |ହୋମଗାର୍ଡ ଙ୍କର ସମସ୍ୟା ପ୍ରତି ରାଜ୍ୟ ସରକାର ସହୃଦୟତାର ସହ ବିଚାର କୁ ନେଇ ସମାଧାନ କରିଥିବାରୁ ଅନୁଗୁଳ ଜିଲ୍ଲା ଗୃହରକ୍ଷୀ ମହାସଂଘ ରାଜ୍ୟ ଉପଦେଷ୍ଟା ପର୍ଶୁରାମ ବାରିକ, ଉପଦେଷ୍ଟା ଚିତରଞ୍ଜନ ପାଣି,ଓ ପ୍ରଭାତୀନୀ ଆଚାର୍ଯ୍ୟ, ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି |ହୋମଗାର୍ଡ ସଂଘ ଜିଲ୍ଲା ସଭାନେତ୍ରୀ ମାମି ବେହେରା, ସାଧାରଣ ସମ୍ପାଦକ ଦିଲ୍ଲୀପ ଭୁତିଆ, ମକରଦ୍ବଜ ପ୍ରଧାନ, ଶିବରାମ ଘଟୁଆରୀ, କୁଶ ଦ୍ଵଜ ପ୍ରଧାନ, ହରେଶ କୁମାର କାଲଟା, ରମାକାନ୍ତ ବେହେରା, ଧର୍ମରାଜ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ଅନନ୍ତ ଚରଣ ବିଶ୍ୱାଳ, ହରିହର ମିର୍ଧା ଓ ଉଦୟନାଥ ପ୍ରଧାନ ଙ୍କ ସମେତ ଶତାଧିକ ହୋମଗାର୍ଡ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *