ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ତିରିଙ୍ଗ ବ୍ଲକ ଅନ୍ତର୍ଗତ ମାଙ୍କିଡି ଘାଟୀ ଠାରେ ମିଳିତ ଆଦିବାସୀ ମହାସଂଘ ଆନୁକୂଲ୍ଯରେ ତିରିଙ୍ଗ ବ୍ଲକର ସମସ୍ତ ଅଞ୍ଚଳର ହଜାର ହଜାର ଆଦିବାସୀ ମିଳିତ ହୋଇ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି l ଏଥିରେ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ଜାତି ଯଥା ସାନ୍ତାଳ, କୋହ୍ଲ, ମୁଣ୍ଡା, ହୋ ଆହୁରି ଅନେକ ଜାତିର ଲୋକେ ରାଜନୈତିକ, ଶିକ୍ଷା, ଭାଷା, ଧନୀ, ଗରିବ ସମସ୍ତ ପ୍ରକାର ଉର୍ଦ୍ଧ୍ବରେ ରହି ଏକାତାକୁ ବଜାଇ ରଖି ସମସ୍ତେ ଏକାଠି ହୋଇଥିଲେ l ଏହି କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷ ପରମେଶ୍ବର ସାମାଡ, ୨୧ ନମ୍ବର ଜୋନର ଜିଲ୍ଲା ପରିଷଦ ପରେଶ ମୁଣ୍ଡା, ବଡଡାଳିମା ସମିତି ସଭ୍ଯ ବଳଦେବ ହେମ୍ବ୍ରମ, ଛୋଟରାୟ ଟୁଡୁ, ବାବୁଲୁ ପୂର୍ତ୍ତୀ, ଗିରିଶ ଗଡସରା, ମଧୁସୂଧନ ମାର୍ଣ୍ଡି, ନାକେ ଶୁଣ୍ଡି, ଚାମ୍ବରୁ ହେମ୍ବ୍ରମ, ରେଂଶ ସାମାଡ, ଲକ୍ଷ୍ମଣ ପୂର୍ତ୍ତୀ, ଭାଗିରଥୀ ହାଁସଦାଃ, ହିନ୍ଦୁରାୟ ସୋରେନ ଓ ସାଦମ ମାଝୀ ପ୍ରମୁଖ ଯୋଗ ଦେଇଥିଲେ l ସଭା ଆରମ୍ଭରେ ଦିସମ ଗୁରୁ ଶିବୁ ସୋରେନଙ୍କ ଉଦ୍ଦେଶ୍ଯରେ ପାଞ୍ଚ ମିନିଟ ନୀରବ ପ୍ରାର୍ଥନା କରିଥିଲେ l ଏହାପରେ ସେମାନେ ପାରମ୍ପରିକ ଜଙ୍ଗଲ ତଥା ପ୍ରକୁତି ଦେବୀକୁ ପୂଜାର୍ଚ୍ଚନା କରିଥିଲେ l ସମସ୍ତ ଅତିଥିଙ୍କୁ ପୁଷ୍ପ ଗୁଛ ତଥା ଉପଢୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଏହି ଦିବସରେ ଆଦିବାସୀମାନେ ଏକତା ବଜାଇ ରଖି ଶିକ୍ଷା, ସ୍ବାସ୍ଥ୍ଯ ତଥା ଅନ୍ଯ କ୍ଷେତ୍ରରେ ଆଗକୁ ବଢିବାର ଗୁରୁମନ୍ତ୍ର ଦେଇଥିଲେ l ଏହାପରେ ସାରା ଅଞ୍ଚଳ ବାଇକ, କାର ରାଲି କରି ଏହି ଦିବସର ଉଦ୍ଦେଶ୍ଯ ସମସ୍ତଙ୍କ ପାଖରେ ପହଞ୍ଚାଇଥିଲେ l ମଞ୍ଚ ପରିଚାଳନା ବାବଲୁ ପୂର୍ତ୍ତୀ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Oplus_16777216 