• Tue. Nov 11th, 2025

ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ବ୍ୟାପକ ତଲାସୀ ଅଭିଯାନ l ୧କୋଟି ୨୯ଲକ୍ଷ ୪୮ ହଜାର ୧୦୬ ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ , ୧୧ ବାଇକ୍ ଓ ଏବଂ ଏକ ଚାରିଚକିଆ ଯାନ ଜବତ l

ByDaman TV

Nov 9, 2025
Oplus_16908288
Spread the love


ନୂଆପଡା, ତା ୦୮ /୧୧
ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ବ୍ୟାପକ ତଲାସୀ ଅଭିଯାନ ଚାଲିଛି l ଗତ ୦୭ ତାରିଖ ରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୪୦୫ଲି ହାତ ରନ୍ଧା ମଦ ୬୩ ଲି ବାହାର ଭାଟି ମଦ, ୧୪,୧୫୦ କେଜି ମହୁଲ ପୋଚ ଏବଂ ତିନି ଗୋଟି ବାଇକ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୯ ,୪୪,୩ ୫୦ ଟଙ୍କା ହେବ l ଅଦ୍ୟାବଧି ଅବକାରୀ ବିଭାଗ ୮୬ ଲି ବିଅର୍, ୪୨ ଲି ବିଦେଶୀ ମଦ, ୭୩୬୮ ଲି ହାତ ରନ୍ଧା ମଦ, ୧୫୭୫ ଲି ବାହାର ଭାଟି ମଦ , ୬୦କେଜି ଗଞ୍ଜେଇ ଏବଂ ୧,୮୫ , ୪୫୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ୨୯ ଲକ୍ଷ ୪୮ ହଜାର ୧୦୬ ଟଙ୍କା ହେବ l ଏହା ସହିତ ୧୧ ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି l ବର୍ତ୍ତମାନ ସୁଦ୍ଧା ୨୫୫ ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଛି ଓ 140 ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ଜଣାଇଛନ୍ତି l ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

Leave a Reply

Your email address will not be published. Required fields are marked *