ଏହିପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ କାରନ୍ଦା ପଞ୍ଚାୟତରେ l ଏହି ପଞ୍ଚାୟତର ରଗୁଡି ସାହିର ପାର୍ଥ ବିଶ୍ବାଳ ବୟସ ୬୦ ବର୍ଷ ସେ ସାଇକେଲରେ ଘରକୁ ଫେରୁଥିବା ବେଳେ ସନ୍ଧ୍ୟା ୭ ଘଟିକା ସମୟରେ ଏକ ଅଜଣା ହାଇଭା ଗାଡ଼ି ଦୃତ ଗତିରେ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ଓ ଦୁର୍ଘଟଣା ଘଟାଇଥିବା ହାଇଭା ଗାଡ଼ି ସେଠାରୁ ଫେରାର ହୋଇଯାଇଥିଲା l ଏହି ଘଟଣା ପ୍ରଚାରିତ ହେବା ଫଳରେ ସେହି ଗ୍ରାମ ପାଖା ପାଖି ଲୋକ ମାନେ ରାସ୍ତା ଅବରୋଧ କରିଥିଲେ ଓ ହାଇଭା ଗାଡ଼ିକୁ ଜବତ କରିବା ସହିତ କ୍ଷତି ପୂରଣ ଦାବି କରିଥିଲେ l ଏହି ଖବର ପାଇ ହିନ୍ଦୋଳ ତହସିଲଦାର ଦିଲ୍ଲୀପ କୁମାର ସେଠୀ ରାଶୋଳ ପୋଲିସ ଏବଂ ହିନ୍ଦୋଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝା ଶୂଝା କରିଥିଲେ ମଧ୍ୟ ଲୋକମାନେ ଦୁର୍ଘଟଣା ଘଟାଇଥିବା ଗାଡ଼ି କୁ ଜବତ କରିବା ସହିତ ଗାଡ଼ି ଚାଳକ କୁ ଗିରଫ କରିବା ସହିତ କ୍ଷତି ପୂରଣ ତୁରନ୍ତ ପ୍ରଦାନ କରାଗଲେ ରାସ୍ତାରୁ ହଟିବେ ବୋଲି କହିଥିଲେ ଓ ତହସିଲଦାର ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗାଡ଼ି ଜବତ କରାଯିବା ସହିତ ଚାଳକ କୁ ଗିରଫ କରାଯିବ ବୋଲି କହିବାରୁ ଲୋକମାନେ ଶାନ୍ତ ହୋଇଥିଲେ ଓ ତହସିଲଦାର ମୃତକ ଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୨୦,୦୦୦(କୋଡ଼ିଏ ହଜାର ଟଙ୍କା) ପ୍ରଦାନ କରିଥିଲେ ଓ ଏହା ବ୍ୟତୀତ ଅନ୍ୟ ଆଡୁ ଅର୍ଥ ରାଶି ପ୍ରଦାନ କରାଯିବ ବୋଲି କହିଥିଲେ ଓ ଲୋକ ମାନଙ୍କୁ ବୁଝା ସୂଝା କରି ରାସ୍ତା ଅବରୋଧ ରୁ ହଟାଇ ଥିଲେ l ଏହି ସ୍ଥାନରେ ବହୁ ସଂଖ୍ୟାରେ କ୍ରସର ଥିବାରୁ ସକାଳ ଠାରୁ ରାତି ପର୍ଯ୍ୟନ୍ତ ଅହ ରହ ଗାଡ଼ି ଚାଲୁଥିବାରୁ ଗାଡ଼ି ଚାଳକ ମାନେ ମଦ୍ୟ ପାନ କରି ବେପରୁଆ ଭାବେ ଗାଡ଼ି ଚଳାଉଥିବା ଯୋଗୁଁ ବାରମ୍ବାର ଏହିପରି ଦୁର୍ଘଟଣା ଘଟୁଛି ଯାହାକି ତହସିଲପ୍ରଶାସନ ଓ ପୋଲିସ ପ୍ରଶାସନ ନଜର ନାହିଁ ବୋଲି ଉତ୍ୟକ୍ତ ଜନସାଧାରଣ ଦୃଢ଼ ଭାବରେ କହିଛନ୍ତି ଓ ଆଗାମୀ ଦିନରେ ଯଦି ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ଏହି କ୍ରସର ଓ ଗାଡ଼ି ଗୁଡ଼ିକ ଉପରେ ଚଢ଼ାଉ ନ କରିଲେ କେତେ ଯେ ଜୀବନ ଚାଲିଯିବ ତାହା କହିହେବ ନାହିଁ ଏବଂ ଯାହା ଦୁର୍ଘଟଣା ଘଟିବ ସେଥି ପାଇଁ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ଦାୟୀ ରହିବେ ବୋଲି କହିଛନ୍ତି l ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ ଦମନ ଟିଭି live
Oplus_16908288 