• Tue. Nov 11th, 2025

ସେବାସ୍ତମ୍ବ ଦ୍ଵାରା ଗୁଣ୍ଡୁରିଆ ଦିବସ ପାଳିତ

ByDaman TV

Feb 7, 2025
Oplus_131072
Spread the love


ରାଇରଙ୍ଗପୁର ୦୬.୦୨.୨୦୨୫ ଗୁରୁବାର
ଅଖିଳ ଭାରତୀୟ ଅନୁସୁଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ଯାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ “ସେବାସ୍ତମ୍ବ ” ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁର ତରଫରୁ ଗୁଣ୍ଡୁରିଆ ସହୀଦ ଦିବସ ପାଳିତ ହୋଇ ଯାଇଛି।ସର୍ବପ୍ରଥମେ ଗୁଣ୍ଡୁରିଆଠାରେ ସହିଦ ହୋଇଥିବା ସଂଗ୍ରାମୀ ବୀରମାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସେବାସ୍ତମ୍ବ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଜୟ କୁମାର ରାମ ଏହି ସ୍ମରଣୀୟ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ରାଷ୍ଟ୍ରୀୟ ସଂପାଦକ ମୋଚିରାମ ମାଝି ନିରିହ ଆଦିବାସୀମାନଙ୍କୁ ଗୁଣ୍ଡୁରିଆଠାରେ କିପରି ହତ୍ୟା କରାଯାଇ ରକ୍ତରଂଜିତ କରାଯାଇଥିଲା ତାର ପ୍ରକୃତ କାରଣ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ସଭାପତି ପ୍ରତାପ ଚନ୍ଦ୍ର ହେମ୍ବ୍ରମ ସଭାପତିତ୍ବ କରି ସଭା ପରିଚାଳନା କରିଥିଲେ।, ସାଧାରଣ ସମ୍ପାଦକ ବାଜଲ ମୁର୍ମୁ, ବରିଷ୍ଠ ଉପସଭାପତି ରବୀନ୍ଦ୍ର କୁମାର ମୁଖୀ, ସହକାରୀ କୋଷାଧ୍ୟକ୍ଷ ଦୀନବନ୍ଧୁ ଗିରି, ଚନ୍ଦ୍ରମୋହନ ହାଁସଦାଃ, ରାଇସେନ ବେଶ୍ରା, ସୁଲୁ ମୁର୍ମୁ, କାରୁ ମାର୍ଣ୍ଣି, ଅନିତା ସମଦ, ରାଜଶ୍ରୀ ନାୟକ, ପ୍ରିୟତମା ହେମ୍ବ୍ରମ, ପାନଶ୍ଵରୀ ଟୁଡୁ, ରଂଜୁଲତା ନାୟକ, ମୋତ୍ତାର ହୁସେନ, ବିନୋଦ ବେହେରା, ଜଗତ ଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ହୋଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଆବାହକ ଗୋପାଳକୃଷ୍ଣ ମହାନ୍ତି ନିଜବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ । ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ l

Leave a Reply

Your email address will not be published. Required fields are marked *