• Wed. Nov 12th, 2025

ରାଇରଙ୍ଗପୁର ଅଞ୍ଚଳରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ l

ByDaman TV

Dec 5, 2024
Oplus_131072
Spread the love

ଡିସେମ୍ବର ୩ ତାରିଖ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ଭାରତର କୋଣ ଅନୁକୋଣରେ ମହାଆଡମ୍ବର ସହକାରେ ପାଳିତ ହୋଇଥାଏ l ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ଯାଳୟ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି l ରାଇରଙ୍ଗପୁର ବ୍ଲକ ଏବଂ ମ୍ଯୁନିସିପାଲିଟିରେ ଥିବା ପ୍ରାୟ ୭୦ ଜଣ ଦିବ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ନେଇ ନଗର ପରିକ୍ରମା କାର୍ଯ୍ଯକ୍ରମ ହୋଇଥିଲା l ଏହାପରେ ସ୍ଥାନୀୟ ପିସିଏମ ୟୁପି ସ୍କୁଲରେ ପହଞ୍ଚିଥିଲେ l ସେଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ୧୦୦ ମିଟର ଦୌଡ,ଚିତ୍ରାଙ୍କନ, ଝିଲାପି ରେସ୍ , ଚାମୁଚଗୋଲି ବାଲାନ୍ସ ଖେଳ, ଗୀତନାଚ ଓ ମ୍ଯୁଜିକ ଚେୟାର ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ବିତୀୟ ଓ ତୁତୀୟ ଚୟନ ସହିତ ଅନ୍ଯସମସ୍ତଙ୍କୁ ସାନ୍ତନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା l ଏହି ଭବ୍ଯ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଜଜ୍ଞେଶ୍ବର ଜେନା ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସହ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର କାରୁଆ, ହେମ ମାଝୀ, ଅବସରପ୍ରାପ୍ତ ଏବିଓ ନମିତା ସେଠୀ ଏବଂ ବିଆରଟି ମହେଶ ମହାପାତ୍ର ଯୋଗ ଦେଇ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସର ଉଦ୍ଦେଶ୍ଯ ଓ ଦିଗଦର୍ଶନ ଉପରେ ସମ୍ଯକ ବକ୍ତବ୍ଯ ପ୍ରଦାନ କରିଥିଲେ l ସଭାପ୍ରାରମ୍ଭ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ପାଦପଙ୍କଜରେ ପଦୀପ ପ୍ରଜ୍ଜଳନ ହେବା ପରେ ଅତିଥିଗଣଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା l ଏହାପରେ ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରିଥିଲେ l ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୁତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ କପ୍ ଦେଇ ପୁରସ୍କୁତ କରିଥିଲେ l ଏଥିରେ ବିଦ୍ଯାଳୟର ସମସ୍ତ ଶିକ୍ଷକଶିକ୍ଷିକା ସହଯୋଗ କରିଥିଲେ l ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *