• Tue. Nov 11th, 2025

ତାଳଚେର ରେ ନୁଆଁ ନିର୍ବାହୀ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ପୂର୍ବତନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ByDaman TV

Feb 5, 2025
Oplus_131072
Spread the love

ତାଳଚେର :ତାଳଚେର ପୌର ପରିଷଦ ରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଡ଼ଃ ପ୍ରଦୀପ କୁମାର ସାହା (OAS) ଯୋଗଦାନ କରିବା ସହ ପୂର୍ବତନ ନିର୍ବାହୀ ଅଧିକାରୀ ବଲୟ ଦେହୁରୀ ବିଦାୟ ନେଇଛନ୍ତି ।ତେବେ ଏହି ଅବସରରେ ପରିଷଦ ପକ୍ଷରୁ ନୂତନ ଅଧିକାରୀ ଶ୍ରୀ ଶାହା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ସେହିପରି ବିଦାୟୀ ଅଧିକାରୀ ଶ୍ରୀ ଦେହୁରୀ ଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।ପୌର ପରିଷଦ ର କାଉନସିଲ ହଲ ଠାରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ନଗରପାଳ ପବିତ୍ର ଭୁତିଆଙ୍କ ନେତୃତ୍ୱରେ ଆୟୋଜନ ହୋଇଥିଲା ।ଓ ବିଦାୟୀ ଅଧିକାରୀ ଙ୍କ ସମୟରେ ନିଆଯାଇଥିବା ବିକାଶ ମୂଳକ କାର୍ଯ୍ୟ ପାଇଁ ତାଳଚେର ପୌର ପରିଷଦ ତାଙ୍କୁ ସଦାସର୍ବଦା ମନେ ରଖିବ ବୋଲି ନଗରପାଳ ଶ୍ରୀ ଭୁତିଆ ପ୍ରକାଶ କରିଥିଲେ ।ଏଥି ସହିତ ସମସ୍ତ କାଉନସିଲର ,ପୌର ପରିଷଦ ର କର୍ମଚାରୀଙ୍କ ସହିତ ସୁ ସମ୍ପର୍କ ସ୍ଥାପନ କରି ତାଳଚେର ରେ ଅନେକ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ଗ୍ରହଣ କରିଥିବାରୁ ପୌର ବାସୀଙ୍କ ପକ୍ଷରୁ ବିଦାୟୀ ଅଧିକାରୀ ଶ୍ରୀମାନ ଦେହୁରୀ ଙ୍କୁ ଧନ୍ୟବାଦ ଦେଇଥିଲେ ।ସେହିପରି ଆଠଗଡ଼ ଏନ ଏ ସି ରେ ନିଜର ରହଣି କାଳ ମଧ୍ୟରେ ନୂତନ ଅଧିକାରୀ ଶ୍ରୀ ଶାହା ସୁଚାରୁ ରୂପେ ନିଜର କାର୍ଯ୍ୟ ସମ୍ପାଦନ କରି ନୂତନ ଭାବେ ତାଳଚେର ର ପୁରାତନ ପୌର ପରିଷଦ ରେ ଯୋଗ ଦାନ କରିଥିବା ରୁ ତାଙ୍କୁ ପୌର ପରିଷଦ ପକ୍ଷରୁ ସ୍ୱାଗତ କରିଥିଲେ ନଗରପାଳ ଶ୍ରୀ ଭୁତିଆ ।ଏବଂ ତାଳଚେର ପରି ଏକ ସମସ୍ୟା ବହୁଳ ଅଞ୍ଚଳରେ ଯୋଗଦାନ କରିଥିବା ଶ୍ରୀ ରାଓ ନିଶ୍ଚିତଭାବେ ବିକାଶ ମୁଳକ କାର୍ଯ୍ୟରେ ସହଯୋଗ କରିବେ ବୋଲି ନଗରପାଳ ଆଶା ପ୍ରକଟ କରିଛନ୍ତି।ଏବଂ ତାଳଚେର ର ସାମଗ୍ରିକ ବିକାଶ ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିବା ସହିତ ତାଳଚେର ର ପରିମଳ ବ୍ୟବସ୍ଥା କୁ ପ୍ରାଥମିକତା ଦେବେ ବୋଲି ନୂତନ ନିର୍ବାହୀ ଅଧିକାରୀ ଅନୁରୂପ ଭାବେ ପ୍ରକାଶ କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ତାଳଚେର ପୌର ପରିଷଦ ର ନିର୍ବାଚିତ ପ୍ରତିନିଧି ,ପୌର ଯନ୍ତ୍ରୀ ,ବଡ ବାବୁ ଚିତ୍ତ ରଞ୍ଜନ ପ୍ରଧାନ ,ଙ୍କ ସମେତ ପୌର ପରିଷଦ ର ବିଭିର୍ଣ୍ଣ ବିଭାଗ ମୁଖ୍ୟ ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *