• Tue. Nov 11th, 2025

ତାଳଚେର ମେଡିକାଲ କଲେଜ ରେ ଚଳିତ ବର୍ଷରୁ ନାମଲେଖା ଆରମ୍ଭ(ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲା ବିଜେପି )

ByDaman TV

Sep 4, 2025
Oplus_16908288
Spread the love

ତାଳଚେର :ତା 4/9/2025: ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ରେ ଚଳିତ ବର୍ଷ ଠାରୁ 100 ସିଟ ରେ ନାମଲେଖା ହେବ ବୋଲି ଜାତୀୟ ମେଡିକାଲ କମିଶନ ଜଣାଇଛନ୍ତି |ଏହାକୁ ନେଇ ସମଗ୍ର ତାଳଚେର ଅଂଚଳ ରେ ଖୁସିର ଲହରୀ ଖେଳି ଯାଇଛି |ଜମି, କ୍ୟାମ୍ପସ, ମେଡିକାଲ ଏବଂ ମେଡିକାଲ କଲେଜ 5 ବର୍ଷ ଚଳାଇବା ର ସମସ୍ତ ବ୍ୟୟ ମୋଟାମୋଟି 1700 କୋଟି ରୁ ଉର୍ଦ୍ଧ ଏମସିଏଲ ଦ୍ୱାରା କରାଯାଇଛି |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 2004 ରୁ 2009 ଦେବଗଡ଼ ସାଂସଦ ଥିବା ବେଳେ ତାଳଚେର ରେ ମେଡିକାଲ କଲେଜ ସ୍ଥାପନ ପାଇଁ ପ୍ରୟାସ ଆରମ୍ଭ କରିଥିଲେ |ପରେ ସେ 2014 ରେ କେନ୍ଦ୍ରରେ ମନ୍ତ୍ରୀ ହେବା ପରେ ତାଳଚେର ମେଡିକାଲ କଲେଜ କାର୍ଯ୍ୟ ଶୁଭାରମ୍ଭ ଠାରୁ କଲେଜ କ୍ୟାମ୍ପସ ର ଉଦଘାଟନ ଓ ମେଡିକାଲ କଲେଜ ରାଜ୍ୟ ସରକାର ଚଳାଇବା ପର୍ଯ୍ୟନ୍ତ ଏବଂ ମେଡିକାଲ କଲେଜ ରେ ନାମଲେଖା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତାଙ୍କର ପ୍ରଚେଷ୍ଠା ରେ ଆଜି ସାକାର ହୋଇଛି |ତାଳଚେର ମେଡିକାଲ କଲେଜ ଆରମ୍ଭ ହେବା ନେଇ ତାଳଚେର ବିଜେପି ପକ୍ଷରୁ ଖୁସି ପ୍ରକଟ କରାଯିବା ସହ ତାଳଚେର ମେଡିକାଲ କଲେଜ ନିକଟରେ ଥିବା ମା କାଳୀ ମନ୍ଦିର ନିକଟରେ ଏକ ଧନ୍ୟବାଦ ସଭା ଆୟୋଜିତ ହୋଇଯାଇଛି |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କୁ ଏହି ସଭାରେ ଧନ୍ୟବାଦ ଦିଆଯାଇଛି |ବିଶେଷ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ପ୍ରଚେଷ୍ଟା ରେ ଆଜି ତାଳଚେର ରେ ମେଡିକାଲ କଲେଜ ହୋଇପାରିଛି, ତାଳଚେର ବାସୀ ସବୁଦିନେ ତାଙ୍କୁ ମନେ ରଖିବେ ବୋଲି ପ୍ରକାଶ କରିଥିଲେ, | ବିଜେପି ପକ୍ଷରୁ ତାଙ୍କୁ କୃତଜ୍ଞତା ଦିଆଯାଇଥିଲା |ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ବରିଷ୍ଠ ନେତା ରାଜେନ୍ଦ୍ର ସିଂହ, ବରୁଣ ସାହୁ, ହରମୋହନ ମିଶ୍ର, ସୁଶାନ୍ତ ପ୍ରଧାନ, ନରେଶ ଚନ୍ଦ୍ର ବେହେରା, ଖଇରା ପ୍ରଧାନ, ରଙ୍ଗାଧର ନାହାକ, ସୁନୀଲ ବିଶ୍ୱାଳ, ମନୋଜ ପ୍ରଧାନ, ବିଭୁତି ସାହୁ, କରୁଣାକର ସାହୁ, ସୁନୀଲ ପଟ୍ଟନାୟକ, ବିଜୟ ସାହୁ, ସହଦେଵ ସାହୁ, ଜଗଦୀଶ ପ୍ରସାଦ ସିଂହ, ଜିତେନ୍ଦ୍ର ଦାସ, ମଣ୍ଡଳ ସଭାପତି ଅଜୟ ସାହୁ, ଦୀପକ ଦାସ, ସନ୍ତୋଷ ମହାନ୍ତି, ରାଜେଶ ଦଳେଇ, ଓ ମାନସ ସାହୁ, ଅଖିଳ ସାମଲ, ଶମ୍ଭୁନାଥ ବେହେରା, ଅର୍ଜୁନ ଭୁତିଆ, ପେସ୍କାର ଗଡ଼ନାୟକ, ରଶ୍ମିତା ସାହୁ, ଶୋଭାଗିନୀ ପ୍ରଧାନ, ଉର୍ମିଳା ଦେହୁରୀ, ଜସ୍ମିନ ପ୍ରଧାନ,ଙ୍କ ସମେତ ଶତାଧିକ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କର ଆଶୁ ଆରୋଗ୍ୟ କାମନା କରି ମା କାଳୀ ମନ୍ଦିର ରେ ସାମୁହିକ ପୂଜାର୍ଚନା ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା |

Leave a Reply

Your email address will not be published. Required fields are marked *