• Wed. Nov 12th, 2025

ତାଳଚେର ଗଣେଶ ପୂଜା ଭଷାଣି ଉତ୍ସବ ପାଇଁ ଶୃଙ୍ଖଳା କମିଟି ବୈଠକ ।

ByDaman TV

Sep 4, 2024
Oplus_131072
Spread the love


ତାଳଚେର ୪/୯ ତାଳଚେର ର ପ୍ରସିଦ୍ଧ ଗଣେଶ ପୂଜା କୁ ସୁଚାରୁ ଓ ଶାନ୍ତି ଶୃଙ୍ଖଳା ରେ ପାଳନ ନିମନ୍ତେ ଆଜି ତାଳଚେର ଥାନା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ କେନ୍ଦ୍ରୀୟ କମିଟି ର କାର୍ଯ୍ୟକାରୀ ସଭାପତି ତଥା ଏସ ଡି ପି ଓ ମାନସ ରଞ୍ଜନ ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତାଳଚେର କେନ୍ଦ୍ରୀୟ କମିଟି ର ସାଧାରଣ ସମ୍ପାଦକ ଦିଲୀପ ପାଣି ,ତାଳଚେର ପୋୖର ପରିଷଦ ର ନଗରପାଳ ପବିତ୍ର ଭୁତିଆ ,ତାଳଚେର ଥାନା ଅଧିକାରୀ ଦିଗ ବିଜୟ ବିଶ୍ୱାଳ ,କୋଲିୟାରୀ ଥାନା ଅଧିକାରୀ ଉପସ୍ଥିତ ରହି କିପରି ଆଗାମୀ ଗଣେଶ ପୂଜାର ଭଷାଣି ଉତ୍ସବ ପାଳନ କରାଯିବ ସେଥିପାଇଁ ଉପସ୍ଥିତ ପୂଜା କମିଟି ଙ୍କ ମତାମତ ନେଇଥିଲେ । ଏଥିରେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ର ଶଙ୍ଖଳା କମିଟି ର ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ । ତେବେ ନିଷ୍ପତ୍ତି ଅନୁଯାଇ ଶୃଙ୍ଖଳିତ ଢଙ୍ଗରେ ଶୋଭାଯାତ୍ରା କୁ ନେବାପାଇଁ ଗାଇଡ଼ ଲାଇନ ମୁତାବକ ,ସଠିକ ସମୟରେ ମେଢ଼ ଗୁଡିକ ପହଂଚିବା ଅର୍ଥାତ ସକାଳ ୬ଟା ପୂର୍ବରୁ ପହଞ୍ଚିବା ସହିତ ଶୋଭାଯାତ୍ରାରେ ମେଲଣ ପଡ଼ିଆରୁ ସକାଳ ୮ ସୁଦ୍ଧା ବାହାରିବ ,ମଧ୍ୟାର୍ଣ୍ଣ ଭୋଜନ ର ସମୟ ଦିନ ସାଢେ ଗୋଟାଏ ଠାରୁ ୨୩୦ମିନିଟି ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଶୋଭାଯାତ୍ରାର ମେଢ଼ର ଉଚ୍ଚତା ,୧୨ଫୁଟ ସୀମିତ ମଧ୍ୟରେ ରଖିବା ,ସହ ଭଷାଣି ରେ ଡିଜେ କୁ ବାରଣ କରାଯାଇଛି ।ସେହିପରି ସମସ୍ତଙ୍କ ସୁବିଧା ପାଇଁ ଟ୍ରାଫିକ ଓ ପର୍କୀଙ୍ଗ ବ୍ୟବସ୍ତା ଉପରେ ପୋଲିସ ପକ୍ଷରୁ ତୀକ୍ଷଣ ଦୃଷ୍ଟି ଦେବାକୁ ପ୍ରସ୍ତାଵ ଗୃହୀତ ହୋଇଥିଲା ।ବିଶେଷ କରି ମଦୁଆ ମାନଙ୍କ ଉତ୍ପାତ କୁ ରୋକିବା ପାଇଁ ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରି ସେମାନଙ୍କୁ ଚିନ୍ହଟ କରି ଅଟକ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି ।ଚଳିତ ବର୍ଷ ନୂତନ ଭାବେ ପ୍ରସ୍ତାବ ଗ୍ରହଣ କରି ମେଢ଼ଗୁଡିକ କ୍ରମାନୟ ରେ ପଛକୁ ପଛ ରହି ବାହାରିବେ ବୋଲି ସ୍ଥିର କରାଯାଇଛି ।ସକାଳ୬ଘଣ୍ଟା ମଧ୍ୟରେ ଯେଉଁ ମେଢ଼ ଗୁଡିକ ମେଳଣ ପଡିଆ ରେ ନ ପହଁଚିବେ ସେମାନେ ଆଉ ମୁଖ୍ୟ ରାସ୍ତା ବଡବଜାର ମଧ୍ୟ ଦେଇ ପ୍ରବେଶ କରିପାରିବେ ନାହିଁ ।ସେମାନେ ଅଲଗା ରାସ୍ତା ଦେଇ ରାଜବାଟି ରେ ପହଞ୍ଚିବେ ।ତେବେ ତାଳଚେର ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୌଣସି ପ୍ରକାର ଗଣ୍ଡଗୋଳ ହେବ ନାହିଁ ବୋଲି ପୋଲିସ ଓ କେନ୍ଦ୍ରୀୟ କମିଟି ର ଶୃଙ୍ଖଳା କମିଟି ଆଶା ପ୍ରକଟ କରିଥିଲେ ।ଏଥିରେ ସମସ୍ତ ପୂଜା କମିଟି ର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି ସମସ୍ତେ ସହଯୋଗ କରିବାକୁ ସଂମ୍ମାତି ପ୍ରକାଶ କରିଥିଲେ ।।

Leave a Reply

Your email address will not be published. Required fields are marked *