• Wed. Nov 12th, 2025

ସ୍ୱାମୀର ଯୌତୁକ ନିର୍ଯ୍ୟାତନା ସହି ନ ପାରି ସ୍ତ୍ରୀ ଆତ୍ମହତ୍ୟା l

ByDaman TV

Sep 4, 2024
Spread the love

ହତ୍ୟା ଅଭିଯୋଗ ଆଣିଲେ ଝିଅ ପରିବାର ଲୋକେ, ପୋଲିସର ତଦନ୍ତ ଜାରି

କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧୁଷିତ ଅଞ୍ଚଳ ଲାଞ୍ଜିଗଡ ବ୍ଲକର ଜୋଡାବନ୍ଦ ଗାଁର ଦୁଃଶାସନ ମାଝୀ ଙ୍କ ଝିଅ ରୁକ୍ମଣୀ ମାଝୀଙ୍କୁ ଗତ ୭,୫, ୨୦୨୩ ତାରିଖ ଦିନ ମୁନିଗୁଡା ବ୍ଲକ ଡେଣ୍ଡେରା ଗାଁ ର ପ୍ରଦୀପ କାଡ୍ରାକାକୁ ରୀତିନୀତି ଓ ପରମ୍ପରା ଅନୁଯାଇ ବିବାହ କରାଯାଇଥିଲା l ହେଲେ ବିବାହର କିଛି ଦିନ ନବ ଦମ୍ପତି ଖୁସିରେ ରହିଥିବା ବେଳେ ସତେ ଯେମିତି କାହାର ନଜର ଲାଗି ଯାଇଥିଲା l ସ୍ୱାମୀ ପ୍ରଦୀପ କାଡ୍ରାକା ରୁକ୍ମଣୀକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲା l ଏହାକୁ ନେଇଁ ଝିଅ ପରିବାର ଲୋକେ ଅନେକ ବୁଝା ସୁଝା ମଧ୍ୟ୍ୟ କରିଥିଲେ l ହେଲେ ସ୍ୱାମୀ ସ୍ତ୍ରୀଙ୍କ ଝଗଡା କମିବା ପରିବର୍ତ୍ତେ ବଡି ଆସୁଥିଲା l ପ୍ରତିଦିନ ପରି ଗତ କାଲି ରାତିରେ ସ୍ୱାମି ସ୍ତ୍ରୀ ଓ ପରିବାର ଲୋକଙ୍କ ମଧ୍ୟ୍ୟରେ ମନାନ୍ତର ଓ ମତାନ୍ତର ହୋଇଥିଲା l ରୁକ୍ମଣୀ ମାଝୀ ନିର୍ଯ୍ୟାତନା ସହି ନ ପାରି ବେକରେ ଶାଡି ବାନ୍ଧି ଆତ୍ମହତ୍ୟା କରିଥିବା ଜଣା ପଡିଛି l ଝିଅ ଘର ଲୋକେ ଖବର ପାଇ ଅମ୍ବାଦୋଳା ଥାନା ରେ ଲିଖିତ ଅଭିଯୋଗ କରି ଝିଅକୁ ନିର୍ଯାତନା ଦେଇ ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି l ଏହାକୁ ନେଇଁ ପୋଲିସ ଶବ ଜବତ କରିବା ଶହ ତଦନ୍ତ କରୁଥିବା ଜଣା ପଡିଛି l ସ୍ୱାମୀ ପ୍ରଦୀପ କୁ ଅଟକ ରଖି ପଚରା ଉଚୁରା ଜାରି ରହିଥିବା ବେଲେ ଘଟଣା ସ୍ଥଳକୁ ସାଇଣ୍ଟିପିକ ଟିମ ଯାଇ ତଦନ୍ତ କରୁଛି.ତଦନ୍ତ ପରେ ସବୁ ସତ୍ୟାସତ୍ୟ ସାମ୍ନାକୁ ଆସିବ ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *