ଓଡିଶା ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାଶ l ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ଭାଙ୍ଗିଲେ ବିଧାନସଭା l ଏନେଇ ସଂସଦୀୟ ବ୍ୟlପାର ବିଭାଗରୁ ସୂଚନା ମିଳିଛି l ବିଧାନସଭା ଭାଙ୍ଗିବା ନେଇ କ୍ୟାବିନେଟ ମଧ୍ୟ ଅନୁରୋଧ କରିଥିଲା l ମୁଖ୍ୟମନ୍ତ୍ରୀ ଙ୍କ ଅଧକ୍ଷିଆତାରେ ଶେଷ କ୍ୟାବିନେଟ ବୈଠକ ବସିଥିଲା l ରାଜ୍ୟ କ୍ୟାବିନେଟ ନିଷ୍ପତି କ୍ରମେ ବିଧାନସଭା କୁ ଭଙ୍ଗ ପାଇଁ ରାଜ୍ୟପାଳ ଙ୍କୁ ସୁପାରିଶ କରାଯାଇଥିଲା l ଏଥିରେ ମୁଖ୍ୟମନ୍ତ୍ରୀ ଭରଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ l ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁରୁଣା କ୍ୟାବିନେଟ ଭଙ୍ଗ ହୋଇଥାଏ l କାରଣ ଫଳା ଫଳ ଆସିବା ପରେ ବେଶୀ ଆସନ ପାଇଥିବା ଦଳକୁ ସରକାର ଗଢିବା ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରଥାନ୍ତି l
