• Tue. Nov 11th, 2025

ଅଂଶୁଘାତ ପାଇଁ ପଦକ୍ଷେପ ନେବାକୁ ଦାବୀ ଉପସ୍ଥାପନ କଲେ କାଳନ୍ଦି ସାମଲ

ByDaman TV

Jun 3, 2024
Spread the love

ତାଳଚେର:ତା୨/୬: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଲାଗିରହିଛି।ଅଂଶୁଘାତ ରେ ବହୁ ମୂଲ୍ୟବାନ ଜୀବନ ଚାଲିଯାଉଛି।ସମଗ୍ର ରାଜ୍ୟର ସବୁଠୁ ଅଧିକ ଉତ୍ତପ୍ତ ସ୍ଥାନ ତାଳଚେର।ବିଭିନ୍ନ କଳ କାରଖାନା ଯୋଗୁ ଏ ଅଂଚଳ ର ବାସ୍ତବିକ ତାପମାତ୍ରା ୫୦ଡିଗ୍ରୀ ଉପରେ ରହୁଛି।ଏ ଅଞ୍ଚଳରେ ଅଂଶୁଘାତ ରେ ବହୁ ମୂଲ୍ୟବାନ ଜୀବନ ମଧ୍ୟ ଚାଲିଯାଉଛି ।ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ଗଭୀର ଉଦବେଗ ପ୍ରକାଶ କରିବା ସହ ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ଦାବୀ ଉପସ୍ଥାପନ କରିଛନ୍ତି।ସମଗ୍ର ତାଳଚେର ଅଂଚଳରେ ବିଦ୍ୟୁତ କାଟ ବନ୍ଦ କରି ୨୪ ଘଣ୍ଟିଆ ବିଜୁଳି ର ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ କୁ ବ୍ୟବସ୍ଥିତ କରି ପର୍ଯ୍ୟାପ୍ତ ପରିମାଣରେ ସବୁ ଦିନିଆ ଜଳ ଯୋଗାଣ, ସମସ୍ତ ମେଡ଼ିକାଲ ରେ ଜରୁରୀ କାଳୀନ ଚିକିତ୍ସା ବ୍ୟବସ୍ଥା ,ଦିନ ୧୧ ଟା ପରେ ଶ୍ରମିକ ମାନଙ୍କୁ କାମ ନ କରାଇବା ପାଇଁ ସ୍ବତନ୍ତ ଭାବେ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଶାସନ ପାଖରେ ଦାବୀ ଉପସ୍ଥାପନ କରିଛନ୍ତି କାଳନ୍ଦି ସାମଲ।ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ଶ୍ରୀ ସାମଲ ଦାବୀ କରିଛନ୍ତି।ଯଦି ତାଳଚେର ଅଞ୍ଚଳରେ କୌଣସି ଅଂଶୁଘାତ ଜନିତ ମୃତ୍ୟୁ ବରଣ ହୁଏ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେ କହିଛନ୍ତି।ଯଦି ପ୍ରଶାସନ କୌଣସି ପଦକ୍ଷେପ ନ ନିଏ ବିଜେପି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ସାମଲ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *