• Tue. Nov 11th, 2025

ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ପ୍ରଧାନ ଙ୍କ ନାମରେ ସ୍ମାରକୀ ଡାକ ଟିକଟ ପ୍ରଚଳନ କରାଯାଉ _ସାଂସଦ ରୁଦ୍ର ନାରାୟଣ ପାଣି l

ByDaman TV

Apr 3, 2025
Spread the love


(ସଂସଦ ରେ ସାଂସଦ ଙ୍କ ଦାବୀ)
ଅନୁଗୁଳ /ତାଳଚେର :ତା 03/04: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଙ୍କ ନାମରେ ସ୍ମାରକୀ ଡାକ ଟିକଟ ପ୍ରଚଳନ କରିବା ପାଇଁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଦାବୀ ଉପସ୍ଥାପନ କରିଛନ୍ତି |ଆଜି ଲୋକସଭା ର ଶୂନ୍ୟ କାଳ ରେ ସାଂସଦ ଶ୍ରୀ ପାଣି କେନ୍ଦ୍ର ସରକାର ଙ୍କ ନିକଟରେ ଏହି ଦାବୀ ଉପସ୍ଥାପନ କରିଛନ୍ତି |ସ୍ୱାଧୀନତା ସଂଗ୍ରାମୀ ପବିତ୍ର ବାବୁ ସ୍ୱାଧୀନତା ସଂଗ୍ରାମ ରେ ଝାସ ଦେଇ କାରାବରଣ କରିଥିଲେ |ସେ ଏକା ଧାରରେ କବି, ଲେଖକ, ସାହିତ୍ୟିକ ଓ ଶିକ୍ଷାବିତ ଥିଲେ |ସେ ବହୁବାର ବିଧାୟକ, ସାଂସଦ, ମନ୍ତ୍ରୀ, ଓ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ |ତାଙ୍କର ସ୍ମୃତିରେ ସ୍ମାରକୀ ଡାକ ଟିକଟ ପ୍ରଚଳନ କରାଯାଉ ବୋଲି ସାଂସଦ ଶ୍ରୀ ପାଣି ଦାବୀ ଉପସ୍ଥାପନ କରିଛନ୍ତି |

Leave a Reply

Your email address will not be published. Required fields are marked *