ତାଳଚେର୨/୧୦ ,ତାଳଚେର ମେଡ଼ିକାଲ ଛକ ସ୍ଥିତ ପାୟନିୟର୍ସ କ୍ଳବ ପକ୍ଷରୁ ଉପଖଣ୍ଡ ସ୍ତରୀୟ ଗାନ୍ଧିଜୀ ଓ ସ୍ୱାସ୍ତ୍ରୀଜୀ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ଗାନ୍ଧିଜୀ ଙ୍କ ନୀତି ଆଦର୍ଶ ଦେଶର ସ୍ୱାଧୀନତା ପାଇଁ ଅହିଂଶାତ୍ମକ ଆନ୍ଦୋଳନ ସାରା ବିଶ୍ୱରେ ଏହା ଉଦାହରଣ ହୋଇ ରହିଛି ,ଏବଂ ଏହାକୁ ପାଥେୟ କରି ବିଶ୍ୱ ବାସୀ ଗାନ୍ଧିଜୀଙ୍କର ଏହି ତତ୍ୱ କୁ ଅନୁସରଣ କରୁଛନ୍ତି ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମତ ପ୍ରକାଶ କରିଥିଲେ ।ସେହିପରି ସ୍ୱାସ୍ତ୍ରୀଜୀ ଙ୍କ ପ୍ରତି ସମାୟାନୁବର୍ତୀ ତା ଓ ଦେଶ ମାତୃକା ପ୍ରତି ତାଙ୍କର ବଳିଦାନ ସଦାସର୍ବଦା ଚିର ସ୍ମରଣୀୟ ହୋଇ ରହିବ ବୋଲି ବିଧାୟକ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ।ଅନ୍ୟତମ ଅତିଥି ଭାବେ ତାଳଚେର ଉପଜିଲ୍ଲାପାଳ ଆଇ ଏ ଏସ (I A S) ସମୀର ଜେନା ଯୋଗ ଦେଇ ଗାନ୍ଧିଜୀ, ସ୍ୱାସ୍ତ୍ରୀଜି ଆମ ଦେଶ ପାଇଁ ସେମାନେ ରତ୍ନ ,ଏବଂ ତାଙ୍କର ନୀତି ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ ।ସେହିପରି ଅନ୍ୟତମ ସଂମାନିତ ଅତିଥି ଭାବେ ତାକଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାନସ ରଞ୍ଜନ ବାରିକ ଯୋଗ ଦେଇ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ପ୍ରତି ଉପଯୁକ୍ତ ସନମାନ ଦେବାକୁ ହେଲେ ନିଜକୁ ପ୍ରଥମେ ସଜାଡି ଏହି ମହାନ ବ୍ୟକ୍ତି ଦୁଇଜଣଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ ।ଏହି ଜନ୍ମ ଜୟନ୍ତୀ ଉତ୍ସବରେ ପାୟନିୟର୍ସ କ୍ଲବର ସାଧାରଣ ସମ୍ପାଦକ ତଥା ବରିଷ୍ଟ ସମ୍ବାଦିକ ଦେବୀ ମିଶ୍ର ଅଧ୍ୟକ୍ଷତା କରିଥିଲାବେଳେ ,ପୋୖର ନିର୍ବାହୀ ଅଧିକାରୀ ବଳୟ କୁମାର ଦେହୁରୀ ,ତାଳଚେର ଉପଖଣ୍ଡ ଚିକିତ୍ସାଳୟ ଏସ ଡି ଏମ ଓ ଡାକ୍ତର ନନ୍ଦି , ,ପ୍ରେସ କ୍ଳବ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ,ବରିଷ୍ଟ ସରକାରୀ ଓକିଲ ଗିରିଜା ଶଙ୍କର ମିଶ୍ର ,ପାୟନୀୟର୍ସ କ୍ଳବ ର ସଂଯୋଜକ ତଥା ସାମ୍ବାଦିକ ତପନ କୁମାର ମହାରଣା ,ଭାଗ୍ୟରଥି ମହାପାତ୍ର ,ବିରଜା ଶଙ୍କର ମିଶ୍ର ,ସୌଭାଗ୍ୟ ମହାରଣା ,ପ୍ରଦୀପ ମହାରଣା, ଦେବାଶିଷ ପରିଡା ବରିଷ୍ଟ ଶିକ୍ଷାବିତି ପ୍ରଧାନ ଆଚାର୍ଯ୍ୟ ମାୟାଧର ସାହୁ ସିଟିଜେନ ଫୋରମ ର ଆବାହକ ଜିତେନ୍ଦ୍ର ମହାପାତ୍ର ,ପ୍ରମୁଖ ଜାତିର ଜନକ ଗାନ୍ଧିଜୀ ଓ ସ୍ୱାସ୍ତ୍ରୀଜି ଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ ବରିଷ୍ଟ ସମାଜ ସେବୀ କ୍ଷୀରୋଦ ସାହୁ ,ଅନୁଗୁଳ ଦଂଯୁକ୍ତ ବ୍ୟାଙ୍କ ର ସଭାପତି ସନ୍ତୋଷ ପ୍ରଧାନ , ଜିଲାପରିଷଦ ସଦସ୍ୟ, ସଦସ୍ୟା ପୋୖର କାଉନସିଲର ସମିତି ସଭ୍ୟ ସରପଞ୍ଚ ,ଵିଭିର୍ଣ୍ଣ ଦଳ ର ନେତୃମଣ୍ଡଳୀ ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତା ସମେତ ବୁଦ୍ଧିଜୀବୀ ,ଶିକ୍ଷାବିତ ଗାନ୍ଧିଜୀ ସ୍ୱାସ୍ତ୍ରୀଜୀଙ୍କପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।ଏହି ଅବସରରେ ପ୍ରଶାସନ ପକ୍ଷରୁ ଭୋର ସମୟରେ ରାମଧୁନ ଓ ପ୍ରଭାତ ଫେରି କରାଯିବା ସହ ଉପଜିଲ୍ଲାପାଳ ଶ୍ରୀ ଜେନା ,ଏସ ଡି ପି ଓ ଶ୍ରୀ ବାରିକ ଓ ନିର୍ବାହୀ ଅଧିକାରୀ ଶ୍ରୀ ଦେହୁରୀ ଗାନ୍ଧିଜୀ ଙ୍କ ଠାରୁ ସ୍ୱାସ୍ତ୍ରୀଜି ଙ୍କ ପ୍ରତିମର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ , ପାୟନିଏର୍ସ କ୍ଳବ କର୍ମକର୍ତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏବଂ ବିଧାୟକ ଶ୍ରୀ ପ୍ରଧାନ ଙ୍କ ନେତୃତ୍ୱରେ ଉପଖଣ୍ଡ ଚିକିତ୍ସା କେନ୍ଦ୍ରରେ ରୋଗୀମାନଙ୍କୁ ଫଳବଣ୍ଟନ କରାଯାଇଥିଲା ।।ସେହିପରି ତାଳଚେର ଫାଷ୍ଟ ଗେଟ ସ୍ଥିତ ରାମଚନ୍ଦ୍ର ବଜାର ଠାରେ ଜିତେନ୍ଦ୍ର କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଗାନ୍ଧି ଜୟନ୍ତୀ ପାଳିତ ହୋଇଯାଇଛି ,ଏବଂ ଲୋକପ୍ରତିନିଧି ଓ ଵିଭିର୍ଣ୍ଣ ବର୍ଗର ବ୍ୟକ୍ତି ବିଶେଷ ,ଦଳୀୟ କର୍ମକର୍ତା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ମୌଲବୀ ଙ୍କ ଦ୍ଵାରା ନମାଜ , ବାଇବେଲ ପାଠ ,ଓ ଗୀତା ପାଠ କରି ଗାନ୍ଧିଜୀ ଙ୍କ ସର୍ବଧର୍ମ ତତ୍ୱ ଉପରେ ଆଲୋଚନା କରିଥିଲେ ।ଏଥିରେ ବହୁ ବରିଷ୍ଟ ବ୍ୟକ୍ତି ବିଶେଷ ସମେତ ସମାଜ ସେବୀ ବିଭୁତି ସାହୁ ,ଚୈତନ୍ୟ ପ୍ରଧାନ ,ବଳରାମ କୁଣ୍ଡ ,ପୂର୍ବତନ ବ୍ଲକ ଅଧକ୍ଷ ଇଂ ମାନସ ରଞ୍ଜନ ଆଚାର୍ଯ୍ୟ ,ବରିଷ୍ଟ ନାଗରିକ ପ୍ରଫୁଲ୍ଲ ବେହେରା ,ଆନନ୍ଦ ଦାସ ବାପି ମହାନ୍ତି ,ପରିବେଶ ବିତ ବାଉରୀ ବନ୍ଧୁ ବେଜ,ଶିକ୍ଷାବିତ ଶୋଭାଗିନୀ ଦେବୀ ,ବିଜେପି ନେତା ଯଯାତି ପଟ୍ଟନାୟକ ,ରଞ୍ଜିତ ମହାପାତ୍ର ,ପ୍ରମୁଖଙ୍କ ସମେତ ସ୍ତାନୀୟ ଜନସାଧାରଣ ଯୋଗ ଦେଇଥିଲେ ।।
Oplus_131072 