• Tue. Nov 11th, 2025

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହିତ ବିଜେପି ପ୍ରାଥୀ ଙ୍କ ମା ହିଙ୍ଗୁଳା ମନ୍ଦିର ଦର୍ଶନ

ByDaman TV

Apr 2, 2024
Spread the love


ଦମନଟିଭିନ୍ୟୁଜ -ତାଳଚେର:ତା୨/୪:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମଙ୍ଗଳବାର ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବା ସହ ମା ହିଙ୍ଗୁଳା ଠାକୁରଣୀ ଙ୍କର ଦର୍ଶନ କରିଥିଲେ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କ ସହ ବିଜେପିର ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ,ବିଜେପି ରାଜ୍ୟ ଉପ ସଭାପତି ତଥା ଢେଙ୍କାନାଳ ପାର୍ଲ୍ୟାମେଣ୍ଟ ପ୍ରଭାରୀ ଗୋଲଖ ମହାପାତ୍ର,ତାଳଚେର ବିଧାୟକ ପ୍ରାର୍ଥୀ କାଳନ୍ଦି ସାମଲ ,ପାଲଲହଡା ବିଧାୟକ ପ୍ରାର୍ଥୀ ଅଶୋକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।କେନ୍ଦ୍ରମନ୍ତ୍ରୀ କଣିହାଁ ବ୍ଲକ ତାଙ୍କର ପୈତୃକ ଗ୍ରାମ ନାଲମ କୁ ଯାଇ ପ୍ରଭୁ ନୃସିଂହ ଠାକୁର ଙ୍କୁ ପୂଜାର୍ଚ୍ଚନା କରିଥିଲେ।ନାଲମ ଯିବା ରାସ୍ତାରେ କଣିହାଁ ର ଏନଟିପିସି ଛକ ରେ ଥିବା ସହିଦ ସ୍ମୃତି ସ୍ତମ୍ବ,କଣିହାଁ ରେ ଥିବା ପବିତ୍ର ମୋହନ ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ରେ କେନ୍ଦ୍ରମନ୍ତ୍ରୀ ମାଲ୍ୟାର୍ପଣ କରିଥିଲେ।ତାଳଚେର, କଣିହାଁ ର ବିଭିନ୍ନ ସ୍ଥାନରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କୁ ଶହ ଶହ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *