• Tue. Nov 11th, 2025

କାର୍ଯ୍ୟନିର୍ବାହି ଅଧିକାରୀଙ୍କ ସହିତ ସେବାସ୍ତମ୍ବ ର ସୌଜନ୍ୟମୂଳକ ସାକ୍ଷାତକାର

ByDaman TV

Mar 2, 2025
Oplus_131072
Spread the love


ରାଇରଙ୍ଗପୁର 01/03/25 ଅଖିଳ ଭାରତୀୟ ଅନୁସୁଚିତ ଜାତି,ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ “ସେବାସ୍ତମ୍ବ ” ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁର ତରଫରୁ ନବାଗତ ରାଇରଙ୍ଗପୁର ପୌରପାଳିକାର ସମ୍ମାନନୀୟା କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀମତୀ ଶକୁନ୍ତଳା ହାଁସଦାଃଙ୍କ ସହିତ ସେବାସ୍ତମ୍ବର ଏକ ସୌଜନ୍ୟମୂଳକ ସାକ୍ଷାତକାରରେ ପୁଷ୍ପଗୁଚ୍ଛ ଏବଂ ସେଓ୍ଵାସ୍ତମ୍ବ ମୟୁରଭଞ୍ଜ କ୍ୟାଲେଣ୍ଡର ପ୍ରଦାନ ସହିତ ସ୍ବାଗତ ଅଭିନନ୍ଦନ ଜ୍ଞାପନ କରାଯାଇଥୀଲା। ଏହା ସହିତ ବିଭିନ୍ନ ବିଷୟ ଏବଂ ସମସ୍ୟା ସମ୍ପର୍କରେ ଶ୍ରୀମତୀ ହାଁସଦାଃଙ୍କ ସହିତ ଆଲୋଚନା କରାଯାଇଥିଲା । ଜିଲ୍ଲା ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ହେମ୍ବ୍ରମ ଆବାହକତ୍ବ ରେ ଆୟୋଜିତ ଏହି ସାକ୍ଷାତକାରରେ ସେବାସ୍ତମ୍ବ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଜୟ କୁମାର ରାମ, ରାଷ୍ଟ୍ରୀୟ ସଂପାଦକ ମୋଚିରାମ ମାଝି, ବରିଷ୍ଠ ଉପସଭାପତି ଗୋପାଳ କୃଷ୍ଣ ମହାନ୍ତି ଓ ରବୀନ୍ଦଚର କୁମାର ମୁଖୀ, ଉପସଭାପତି ମୋଅତ୍ତାର ହୁସେନ, ଗଙ୍ଗାମଣି ମାଝି, ଅତିରିକ୍ତ ସାଧାରଣ ସଂପାଦକ ହେମ ମାଝି , କୋଷାଧ୍ୟକ୍ଷ ଦୀନବନ୍ଧୁ ଗିରି ଓ ଅନ୍ଯାନ୍ଯ ସଦସ୍ଯ ମାନେ ଉପସ୍ଥିତ ଥିଲେ। ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ l

Leave a Reply

Your email address will not be published. Required fields are marked *