• Wed. Nov 12th, 2025

ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ର ବୈଠକ lଜଗତଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ଭେଟିବାକୁ ଆସନ୍ତା ଜାନୁଆରୀ ଆଠ ରେ ପୁରୀ ଯିବେ ଶତାଧିକ କର୍ମକର୍ତା l

ByDaman TV

Jan 2, 2025
Oplus_131072
Spread the love


ତାଳଚେର :ତା 2/1/2025: ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କର ତାଳଚେର ଗସ୍ତ ସ୍ଥଗିତ ହେବା ପରେ ଆଜି ଗୁରୁବାର ଅପରାହ୍ନ ରେ ତାଳଚେର ଦେଉଳବେଡା ଠାରେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି |ସ୍ୱାମୀଜୀ ଙ୍କର ସ୍ୱାସ୍ଥ୍ୟବସ୍ଥା ପାଇଁ ବୈଠକ ରେ ଆଶୁ ଆରୋଗ୍ୟ କାମନା କରାଯାଇଥିଲା |ସଂଯୋଜକ ପର୍ଶୁରାମ ବାରିକ ଙ୍କର ସଂଯୋଜନା ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ଉପାଧ୍ୟାକ୍ଷ ବରୁଣ କୁମାର ସାହୁ ଆସନ୍ତା ଜାନୁଆରୀ ଆଠ ତାରିଖ ରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ କରିବା ସହ ଗୁରୁଜୀ ଙ୍କୁ ଦର୍ଶନ କରି କୃପାଲାଭ କରିବା ସହ ଆଗାମୀ ସମୟରେ ତାଳଚେର ଆଗମନ କାର୍ଯ୍ୟକ୍ରମ ତଥା ହିନ୍ଦୁରାଷ୍ଟ ମହାଧିବେଶନ ସମ୍ପର୍କରେ ଅବଗତ କରାଇ ସମୟ ଧାର୍ଯ୍ୟ କରିବା ପାଇଁ ନିବେଦନ କରିବା ଉପରେ ପ୍ରସ୍ତାବ ରଖିଥିଲେ |ପ୍ରସ୍ତାବ କୁ ସ୍ୱାଗତ କରି ଆସନ୍ତା ଜାନୁଆରୀ ଆଠ ତାରିଖ ରେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ କମିଟି ର 500 ରୁ ଉର୍ଦ୍ଧ କାର୍ଯ୍ୟକର୍ତା ପୁରୀ ଯିବାକୁ ନିଷ୍ପତି ହୋଇଛି |ଆଜିର ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ବୃନ୍ଦାବନ ବେହେରା, ବିଜୟ କୁମାର ସାହୁ, ମଦନ ପ୍ରଧାନ, ଅନ୍ତର୍ଯ୍ୟାମୀ ସାହୁ,ଜ୍ୟୋତିର୍ମୟ ରଥ, ମାୟାଧର ସାହୁ, ଜଗଦୀଶ ମିଶ୍ର, ଜଗଦୀଶ ସିଂହ, ରଞ୍ଜନ ବିଶୋଇ, ଉଚ୍ଛନ ପଟ୍ଟନାୟକ, ରଂଜିତ ମହାପାତ୍ର, ବିନୋଦ ଲାଲ, ଅଭୟ ପାଣି, ବବଲୁ ସାହୁ, ପୂର୍ଣଚନ୍ଦ୍ର ସାହୁ, ବିଜୟ ନାଏକ, ନରେଶ ବେହେରା, ମିଲୁ ସାହୁ, କ୍ଷୀରୋଦ ପାଲ, ବିନ୍ଦା ସିଂହ ଙ୍କ ସମେତ ଶତାଧିକ କର୍ମକର୍ତା ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *